ଭୋକିଲାଙ୍କୁ ଖାଦ୍ୟଗଜପତି ପୋଲିସ ଦ୍ୱାରା “ହାପି ଫ୍ରିଜ” ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଏସପି ସାରା ଶର୍ମା ପୁଣି ଏକ ପ୍ରଶଂସନୀୟ କାର୍ଯ୍ୟ ଆରମ୍ବ କରିଛନ୍ତି । ଖାଦ୍ୟ ପଦାର୍ଥକୁ ନଷ୍ଟ ନ କରି ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ “ହାପି ଫ୍ରିଜ”ର ଶୁଭାରମ୍ଭ କରିଛନ୍ତି । ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲା ପୋଲିସ ପକ୍ଷରୁ ଏକ ଫ୍ରିଜ ପ୍ରତିଷ୍ଠା କରାଯାଇଛି । ଯାହାକି “ହାପି ଫ୍ରିଜ” ନାମକରଣ କରାଯାଇଛି । ଏହି ଫ୍ରିଜରେ ସାଧାରଣ ଲୋକେ କିମ୍ବା ହୋଟେଲ ବ୍ୟବସାୟୀମାନେ ବଳକା ଖାଦ୍ୟକୁ ଏଣେତେଣେ ନ ଫୋପାଡି ଏହି ଫ୍ରିଜରେ ରଖିଲେ ସେଗୁଡିକ ଗରୀବ ଲୋକଙ୍କ ଆହାର ପାଇଁ କାର୍ଯ୍ୟରେ ଲାଗିପାରିବ ବୋଲି ଜିଲ୍ଲା ଏସପି ସାରାଶର୍ମା ପ୍ରକାଶ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା କହିଛନ୍ତି । ଏହି ଫ୍ରିଜର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉପସ୍ଥିତଥିଲେ । ଏହି ଫ୍ରିଜ ପ୍ରତିଷ୍ଠା ହେବା ଦ୍ୱାରା ମେଡିକାଲକୁ ଆସୁଥିବା ଗରୀବ ଶ୍ରେଣୀର ଲୋକେ ଏବଂ ନିକଟସ୍ଥ କୃଷ୍ଠାଶ୍ରମର ଅନ୍ତେବାସୀମାନେ ମଧ୍ୟ ଏହି ଖାଦ୍ୟ ଆହାର ଭାବେ ଗ୍ରହଣ କରି ଉପକୃତ ହୋଇପାରିବେ । ରାଜଧାନୀ ଭୁବନେଶ୍ୱର ପରେ ଗଜପତି ଜିଲାରେ ଏହିପରି ହାପି ଫ୍ରିଜ ପ୍ରତିଷ୍ଠା ହୋଇଥିବାର ଜଣାପଡିଛି । ଏହି ଫ୍ରିଜର ତଦାରଖ ପୋଲିସ ଦ୍ୱାରା କରାଯିବ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍.ଡି.ପି.ଓ. ପ୍ରକଶା ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।


