ଗୋକୁଳଧାମରେ ସୁନ୍ଦରକାଣ୍ଡ ପାରାୟଣ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଗୋକୁଳଧାମ ପରିସରରେ ସୋମବାର ସଂନ୍ଧ୍ୟାରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୋଷାଣୀ ନୂଆଗାଁ ଭକ୍ତମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ପରେ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଭଗବତ ଗୀତାର ପଥମ ଅଧ୍ୟାୟର ୫ଟି ଶ୍ଳୋକ ଗାନ କରିବା ସହ ଏହାର ତାତ୍ତ୍ୱିକ ଅର୍ଥ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ପରେ ଗୀତା , ଆରତୀ , ପୁଜା ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା ଜଗନ୍ନାଥ ରାଉତ , ସହଦେବ ପାତ୍ର , କେଦାର ଚୌଧୁରୀ , ଦିଲୁ ସାବତ , ରବିନ୍ଦ୍ର ବାଡତ୍ୟାଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।


