ବର୍ଷା ଯୋଗୁ ପାହାଡ଼ ଧସି ରାସ୍ତା ଅବରୋଧରୁ ମାଟି ଓ ପଥରକୁ ନିଜସ୍ୱ ଉଦ୍ୟମରେ ହଟାଇଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) : ଗତ ୩ ମାସ ତଳେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଏକ ଦୁର୍ଗମ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ପାହାଡ଼ ଧସି ୩ ଗୋଟି ଗ୍ରାମର ମୁଖ୍ୟ ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ପଥର ପଡି ରାସ୍ତା ଅବରୋଧ ହେବା ସହ 3 ଗୋଟି ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ ବିଛିର୍ନ ହୋଇଥିଲା. ଘଟଣା ପରେ ପ୍ରଶାସନ ଓ ବିଭାଗୀୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ଆବଶକ୍ୟ ସାନ୍ତ୍ୱନା ଦେବା ସହ ପାହାଡ଼ ଧସି ମାଟି ଓ ପଥର ଦ୍ୱାରା ରାସ୍ତା ଅବରୋଧକୁ ତୁରନ୍ତ ହଟା ଯିବ ବୋଲି ପ୍ରତିଶୃତି ଦେଇଥିଲେ. ହେଲେ ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଗଲା. ଚେଇଁ ଶୋଇବା ନୀତିରେ ଭୁଲିଗଲା ପ୍ରଶାସନ. ଶେଷରେ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ରାସ୍ତା ଉପରୁ ମାଟି ଓ ପଥରକୁ ହଟାଇବାକୁ ବାଧ୍ୟ ହେଲେ. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଗତ ୩ ମାସ ତଳେ ପାହାଡ଼ ଧସି ମାଟି ଓ ବଡ଼ ବଡ଼ ପଥର ପଡି ରାସ୍ତା ଅବରୋଧ ହୋଇଥିଲା।ଫଳରେ କୁଜାସିଂ ଓ ଅଜୟଗଡ଼ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିଲା। ସେହି ସମୟରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ରାସ୍ତା ଅବରୋଧ ହଟାଯିବ ବୋଲି କହିଥିଲେ । କିନ୍ତୁ ବିଡ଼ମ୍ବନାର ଵିଷୟ ଯେ ତିନି ମାସ ବିତିଯାଇଥିଲେ ମଧ୍ୟ ବିଭାଗ୍ୟ ଅଧିକାରୀ ମାନେ ଉକ୍ତ ମାଟି ପଥର ରାସ୍ତା ଅବରୋଧ ଘଟଣା ସମ୍ପର୍କରେ ଅବଗତ ନଥିବା ଆଲୋଚନାର ବିଷୟ ପାଲଟିଛି।ଏନେଇ ୩ଟି ଗ୍ରାମର ପୁରୁଷ ଓ ମହିଳା ମାନେ ନିଜସ୍ୱ ଉଦ୍ୟମରେ ମଙ୍ଗଳବାର ଏକତ୍ରିତ ନାଇବ ସରପଞ୍ଚ ରାଜେନ୍ଦ୍ର ଶବରଙ୍କ ନେତୃତ୍ୱରେ ମାଟି ପଥର ହଟେଇ ଥିବା ଦେଖିବାକୁ ମିଳିଛି।ଉକ୍ତ ରାସ୍ତାଟି ଅଢେଇ ଠାରୁ ଅଜୟଗଡ଼, ଗୁମ୍ମା,ନାମନଗଡ଼ ଓ ଗୁମ୍ମା ବ୍ଲକକୁ ସଂଯୋଗ କରୁଥିବା ବେଳେ ରୋଗୀଙ୍କ ଚିକିତ୍ସା, ପିଲାମାନଙ୍କ ପାଠ ପଢା ଓ ମୁଖ୍ୟତଃ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସାମଗ୍ରୀ ନେବା ଆଣିବାରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିଲା ବୋଲି ରାଜେନ୍ଦ୍ର ଶବର,ଗବ୍ରିଏଲ ଗମାଙ୍ଗ,ଏସ କାର୍ଜି, ରିୟାବନ ଗମାଙ୍ଗ ଓ ଏଲିଅ ଶବର କହିଛନ୍ତି। ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଏଭଳି ବହୁ ସମସ୍ୟା ରହିଛି. ପ୍ରଶାସନ ସମସ୍ୟା ଗୁଡିକ ନେଇ ଜାଣି ସୁଦ୍ଧା ଏଭଳି ଭାବେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଯଦ୍ୱାରା କି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟ ପାଇ ଆସୁଛନ୍ତି. ଏଭଳି କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀମାନଙ୍କ ବିରୋଧରେ ସରକାର ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସି ଦାବି କରିଛନ୍ତି.