ଦୀପାଚଂଳର ଯୁଗପୁରୁଷ ଥିଲେ ଜନନେତା ସୂର୍ଗତ ଭାଗବତ ପ୍ରସାଦ ମହାନ୍ତି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜନନେତା ସୂର୍ଗତ ଭାଗବତ ପ୍ରସାଦ ମହାନ୍ତି ଥିଲେ ଲୁଣା-କରାଣ୍ଡିଆ ଦୀପାଚଂଳର ଯୁଗପୁରୁଷ । ଏହି ମାଟିରେ ନା ଭାଗବତବାବୁଙ୍କ ଭଳି କେହି ଜନ୍ମଲାଭ କରିଛନ୍ତି ନା କରିବେ ସେଥି ନେଇ ସନ୍ଦେହ ରହିଛି । ଦୀର୍ଘ ଅର୍ଦ୍ଧ ଶତାଦ୍ଦୀ ଧରି ସାମାଜିକ ଓ ରାଜନୈତିକ ଆନ୍ଦୋଳନରେ ସେ ଯେଉଁ ସ୍ୱାକ୍ଷର ଛାଡି ଯାଇଛନ୍ତି ତାହା କେବଳ ଏହି ଦୀପାଚଂଳ ନୁହେଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ ଗୋରବାନ୍ୱିତ କରିବ । ନୀତି,ଆଦର୍ଶ ଓ ମୂଲ୍ୟବୋଧର ଜ୍ୱଳନ୍ତ ଦୀପ ଶିଖାଟିଏ ଭଳି ଭାଗବତବାବୁଙ୍କ ଜୀବନ ନିର୍ବାପିତ ହୋଇଯାଇଥିଲେ ମଧ୍ୟ ସେ ଉତ୍ତରପିଢୀ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ । କେନ୍ଦ୍ରାପଡାର ବିକାଶ ଇତିହାସ ଭାଗବତବାବୁଙ୍କ ବିନା ଲେଖାଯାଇ ପାରିବ ନାହିଁ । ଲୁଣା-କରାଣ୍ଡିଆ ଦୀପାଚଂଳର ନାନକାର ଠାରେ ଅନୁଷ୍ଠିତ ଏକ ଶ୍ରଦ୍ଧାଞ୍ଜଳି ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହା ମତପୋଷଣ କରିବା ସହ ଭାଗବତବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଛନ୍ତି । ବରିଷ୍ଠ ସମାଜସେବୀ କେଦାର ସାମନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଭାଗବତବାବୁଙ୍କ ସହଯୋଗୀ ଘନଶ୍ୟାମ ସାମଲ,ନକୁଳ ଚରଣ ନାୟକ,ଭରତ ଚନ୍ଦ୍ର ଜେନା,ପୂର୍ବତନ ସରପଂଚ ବିଜୟ କୁମାର ମହାନ୍ତି,ବିଜୁ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ,ଶିକ୍ଷାବୀତ ନୃସିଂହ ପରିଡା,ଗୟାଧର ଜେନା,ଅବକାଶ ଜେନା,ଅଜୟ କୁମାର ରାଉତ,ବିଭୁ ପ୍ରସାଦ ପଟ୍ଟନାୟକ,ନିର୍ମଳା ଜେନା,ଶାରଦା ପ୍ରସାଦ ସାମନ୍ତରାୟ,ଜଗବନ୍ଧୁ ଦଳାଇ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ