ମାଛଚାଷ ପାଇଁ ସରକାରୀ ସାହାର୍ଯ୍ୟ ଦେଇ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଆଦିବାସୀ ବହୁଳ ଉପାନ୍ତ ଗଜପତି ଜିଲ୍ଲାରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସାହାର୍ଯ୍ୟ ସହେଯାଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ମାଛଚାଷ ପାଇଁ ସରକାରୀ ସାହାର୍ଯ୍ୟ ଯୋଗାଇ ମହିଳା ମାନଙ୍କୁ ସ୍ୱରୋଜଗାରକ୍ଷମ କରାଯିବା ସ୍ଥିର ହୋଇଛି । ପାରଳାଖେମୁଣ୍ଡି ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟର ସମ୍ମିଳନୀ ଗୃହଠାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀମାନଙ୍କୁ ନେଇ ଏକ ବ୍ଲକସ୍ତରୀୟ ମାଛଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଜିଲା ମତ୍ସ୍ୟ ଅଧିକାରୀ ମନୋଜ କୁମାର ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ବିଭିନ୍ନ ଗ୍ରାମପଞ୍ଚାୟତ ରହିଥିବା ପୋଖରୀ ଗୁଡିକରେ କିପରି ମାଛ ଚାଷ କରି ଲାଭାନ୍ୱିତ ହୋଇପାରିବେ ସେ ବିଷୟରେ ବୁଝାଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଗ୍ରାମାଞ୍ଚଳରେ ମାଛ ଚାଷ କରିବାପାଇଁ କେଉଁସବୁ ଦିଗ ଉପରେ ଦୃଷ୍ଟିଦେବା ଆବଶ୍ୟକ ଏବଂ ସେମାନଙ୍କୁ କିପରି ବିଭାଗୀୟ ସହାୟତା ମିଳିବ ସେ ବିଷୟରେ କୁହାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତାମାନେ ଯୋଗଦେଇ ମାଛ ଚାଷ ପାଇଁ କିପରି ଋଣ ପ୍ରଦାନ ବା ସହାୟତା ବ୍ୟାଙ୍କ ଗୁଡିକ ଦ୍ୱାରା କରାଯାଇପାରୁଛି ସେ ବିଷୟରେ ଆଲୋଚନା କରିଥିଲେ । ସେହିପରି ମାଛ କିପରି ଅଧିକ ଉତ୍ପାଦନ ହେବ ଏବଂ ସେ ଗୁଡିକର ଗୁଣବତ୍ତା ଭଲ ରହିବା ସହ ଅଧିକା ପରିମାଣରେ ରପ୍ତାନୀ ହୋଇପାରିବ ସେ ବିଷୟରେ ବିଭିନ୍ନ ଅଧିକାରୀମାନେ କହିଥିଲେ । ମାଛ ଅଧିକ ପରିମାଣରେ ଆମୋଦାନୀ ଓ ରପ୍ତାନୀ ହେବା ଦ୍ୱାରା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ସ୍ୱାବଲମ୍ବୀ ହେବା ସହ ନିଜ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାରେ ସହାୟକ ହୋଇପାରିବେ ବୋଲି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୁହାଯାଇଥିଲା । ଗୁମ୍ମା, ଗୋଷାଣୀ ଓ କାଶୀନଗର ବ୍ଲକର ୧୧ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୩୦ରୁ ଉର୍ଦ୍ଧ ସଦସ୍ୟା ଏବଂ ସଭାନେତ୍ରୀମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ମାଛଚାଷ ବିଷୟରେ ଶିକ୍ଷା ହାସଲ କରିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବାବେଳେ ଏଥିରେ ଆହୁରି ସଦସ୍ୟଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ ଫିସର ଜିଲା ପରିଚାଳକ ଅଭିଶିକ୍ତା ମିଶ୍ର, ଗୁମ୍ମା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ କାରୁଣ୍ୟ ଗିରିଧାରୀ, ଆର୍‌.ଉଦୟଗିରି ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମନସ୍ମିତା ନାୟକ, କାଶୀନଗର ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକ, ଗୁମ୍ମା ପ୍ରକଳ୍ପ ସଂଯୋଜକ ରସ୍ମିତା ପଟ୍ଟନାୟକ, ଗୋଷାଣୀ ପ୍ରକଳ୍ପ ସଂଯୋଜକ ଲାବୁନ ରଇତ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ