ନାଉଗାଁ ବ୍ଳକ ବୋଇତ ବନ୍ଦାଣ ଉତ୍ସବର ୨ୟ ସଂଧ୍ୟାରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖରଘାଟ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ୨ୟ ସଂଧ୍ୟାରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କବି ସମ୍ମଳନୀକୁ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିଲେ । ପାରାଦୀପ ପୋର୍ଟର ପୂର୍ବତନ ଟ୍ରଷ୍ଟୀ ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଶାସକ ତଥା ସାହିତ୍ୟିକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ,ମୁଖ୍ୟବକ୍ତା ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସଂପାଦକ ସରୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ତ୍ରିଲୋଚନ ପାଢୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଡଃ ଚାଇନା ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । କବି ଅଧ୍ୟାପକ ପ୍ରସନ୍ନ ସ୍ୱାଇଁ ଓ କବିୟତ୍ରୀ କଳ୍ପନା ବିଶ୍ୱାଳଙ୍କ ସଂଯୋଜନାରେ ଜଗତସିଂହପୁର, ପୁରୀ, କଟକ ଓ କେନ୍ଦ୍ରାପଡା ଜିଲ୍ଲାରୁ ଶତାଧିକ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ସହସଂପାଦକ ହିମାଂଶୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜାର୍ଯ୍ୟକ୍ରମକୁ କବି ବଂଶୀଧର ବେହେରା, କବି ରଂଜିତ ଦାସ, କବିତ ଭ୍ରମରବର ଗୋଛାୟତ, ଅଧ୍ୟାପକ ବେଣୁଧର ସ୍ୱାଇଁ, କବୟିତ୍ରୀ ଅନ୍ନସ୍ମିତା ବେହୁରା ପ୍ରମୁଖ ପରିଚାଳନା କରିଥିଲେ ।


