ସାଧବ ପୁଅ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବାଗ୍ମୀ, ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶା ନାଗରିକ ମହାମଞ୍ଚର ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସାମ୍ବାଦିକତା, ପୂଜ୍ୟପୂଜା, ଉତ୍କଳର କଳା ସଂସ୍କୃତି ପରମ୍ପରାକୁ ଆଗେଇ ନେବାରେ ଦୀର୍ଘ ୪୦ ବର୍ଷ ଧରି ଯେଉଁ କାର୍ଯ୍ୟକ୍ରମ କରିଆସୁଛନ୍ତି, ସେଥିନିମନ୍ତେ ସାହାରା ଜନମଞ୍ଚ ପକ୍ଷରୁ ବୋଇତ ବନ୍ଦାଣ ମହୋତ୍ସବରେ ଶ୍ରୀଯୁକ୍ତ ଶତପଥୀଙ୍କୁ ସାଧବ ପୁଅ ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲକ ମହାପାତ୍ର, ପାଲାକାର ସୁରେନ୍ଦ୍ରନାଥ ଛୋଟରାୟ, ଜନମଞ୍ଚର ସଭାପତି ସହଦେବ ତରାଇ ପ୍ରମୁଖ ଉପସ୍ଥିତ ରହିବା ସହିତ ଉତ୍କଳର ନୌବାଣିଜ୍ୟ, ପରମ୍ପରା, ଗୁରୁ ନାନକ ଜୟନ୍ତୀ, ରାସପୂର୍ଣ୍ଣିମା ପ୍ରମୁଖ ବିଶେଷ ଦିବସରେ ଶ୍ରୀଯୁକ୍ତ ଶତପଥୀଙ୍କୁ ସମ୍ମାନ ପ୍ରତ୍ୟେକ ଓଡ଼ିଆଙ୍କ ସମ୍ମାନ ବୋଲି ସଂଗଠନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


