ଶିକ୍ଷକ ତଥା ନାଟ୍ୟକାର ରମେଶ ଚନ୍ଦ୍ର ପଣ୍ଡା ଥିଲେ ସ୍ଥାନୀୟ ଅଞ୍ଚଳର ଅମ୍ଳାନ ପ୍ରତିଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନାନ୍ଦପୁର ଗ୍ରାମରେ ଜନ୍ମିତ ରମେଶ ଚନ୍ଦ୍ର ପଣ୍ଡା ଥିଲେ ସ୍ଥାନୀୟ ଅଞ୍ଚଳର ଛାତ୍ର ବତ୍ସଳ ଶିକ୍ଷକ, ନାଟ୍ୟକାର,ବାଗ୍ମୀ, ପରୋପକାରୀ ତଥା ସର୍ବ ଆଦୃତ ସ୍ନେହୀ ମଣିଷ ବୋଲି ତାଙ୍କ ଦ୍ବିତୀୟ ବାର୍ଷିକ ସ୍ମୃତି ଚାରଣ ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ମତ ପ୍ରକାଶ କରିଥିଲେ । ସ୍ଥାନୀୟ ନୃସିଂହ ନାଥ ଉଚ୍ଚ ବିଦ୍ୟାଳୟରେ ସ୍ବଦେଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ଜିତେନ୍ଦ୍ର ମହାରଣା, ଶିକ୍ଷା ନିବୃତ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ ନାୟକ, ଗଦାଧର ନାୟକ, ଭରତ ହରି ସେଠୀ, ସୁଦର୍ଶନ ପତ୍ରୀ, ବ୍ରହ୍ମାନନ୍ଦ ବିଶ୍ବାଳ, ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ଗୁରୁ ନିତ୍ୟାନନ୍ଦ ଦାସ, ନିରଞ୍ଜନ ପାଢୀ, ପ୍ରଧାନ ଶିକ୍ଷକ ଶ୍ରୀଧର ବାରିକ, ମଙ୍ଗୁଳି ଚରଣ ସେଠୀ, ପିତବାସ ନାୟକ, ମୀନ କେତନ ଖଟୁଆ, ଶିକ୍ଷାବିତ ଦୀପ୍ତି ରଂଜନ ନାୟକ,ପୂର୍ବତନ ସରପଞ୍ଚ ପ୍ରସନ୍ନ ଜେନା ପ୍ରମୁଖ ସ୍ବର୍ଗତ ଶିକ୍ଷକଙ୍କ ଗାରିମା ବଖାଣିଥିଲେ । ତାଙ୍କର ସୁପୁତ୍ର କବି ମାନସ ରଂଜନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ମରଣୀକା “ସ୍ମୃତିରେ ରମେଶ ସାର୍” ଉନ୍ମୋଚିତ ହୋଇଥିଲା । ସମାଜସେବୀ ଦୟାନିଧି ମିଶ୍ରଙ୍କୁ “ନାଟ୍ୟକାର ରମେଶ ସାର” ସମ୍ମାନରେ ସମ୍ମାନୀତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପରେପରେ ବିଦ୍ୟାଳୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ଚିନ୍ମୟ ପଣ୍ଡା, ତାପସ ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସମସ୍ତ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ