ଆଗରପଡା କଲେଜରେ ସଚେତନତା କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ମହାବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଯୌତୁକ ପ୍ରଥାକୁ ବିରୋଧ ସଂପର୍କୀତ ଏକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ । ଯୁକ୍ତ ତିନି ଛାତ୍ରଛାତ୍ରୀ ବୈଶାଖୀ, ପ୍ରତିଭା, ଜୟଶ୍ରୀ, ସଂକଳ୍ପ, ସତ୍ୟଙ୍କ ଦ୍ୱାରା ଯୌତୁକ ପ୍ରଥାକୁ ବିରୋଧ କରି ଏକ ନାଟକ ପରିବେଷଣ କରାଯାଇଥିଲା । ଏହାକୁ ଅଧ୍ୟାପିକା ରଂଜିତା ମହାପାତ୍ର ପରିଚାଳନା କରିଥିଲେ । ଯୁକ୍ତ ତିନି ବିଭାଗର ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରକାଶ କୁମାର ରାଉତ, ଯୁକ୍ତ ୨ ନୋଡାଲ ଅଧିକାରୀ ଡ.ହରିହର ଦାଶଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ଶୋଭାଯାତ୍ରା କଲେଜରୁ ବାହାରି ବଜାର ପରିକ୍ରମା କରିଥିଲା । କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ବିକାଶ କୁମାର ମହାପାତ୍ର, ନାରାୟଣ ଚନ୍ଦ୍ର ପୁରୀ, ସନ୍ଧ୍ୟାରାଣୀ ନାୟକ, ତାରାକାନ୍ତ ମଲ୍ଲିକ, ପ୍ରେମଲତା ଦାସ, ବିଜୟ କୁମାର ଷେଣ୍ଡ, ହେମନ୍ତ କୁମାର ଓଝା, ପ୍ରଶାନ୍ତ କୁମାର ନାୟକ, ସ୍ୱୟଂସିଦ୍ଧା ମିଶ୍ର, ସଂଯୁକ୍ତା ଜେନା, ଜୟନ୍ତୀ ଜେନା, ମହେଶ୍ୱର ମଲ୍ଲିକ, ରବିନାରାୟଣ ପଣ୍ଡା, ରାଧେଶ୍ୟାମ ନାୟକ, ରବିନାରାୟଣ ଶଂଖୁଆ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଅଂଶ ଗ୍ରହଣ କରିଥିଲେ ।


