ଧର୍ଯ୍ୟ, ନିଷ୍ଠା ଓ ଉଦ୍ୟମ ସଫଳତାର ମାପକାଠି

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଓ କୋଠାର ନିକଟସ୍ଥ ଶିବପୁର ଠାରେ ତାରିଣୀ କ୍ରିକେଟ୍ ଏକାଡେମୀ ଆନୁକୂଲ୍ଯରେ ଦିନିକିଆ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୧୬ଟି କ୍ରିକେଟ ଟିମ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ କାହ୍ନା ଟେନଷ୍ଟାର ମଠଡିହ ଟସ୍ ଜିତି ବ୍ୟାଟିଂ ନେବାର ନିଷ୍ପତି ନେଇଥିଲା ଓ ତାଳପଦା କ୍ରିକେଟ ଟିମ ଧାମନଗରକୁ ଫିଲ୍ଡିଙ୍ଗ କରିବାକୁ ଆମନ୍ତ୍ରଣ କରିଥିଲା । ୧୬ ଓଭରରେ କାହ୍ନା ଟେନ ଷ୍ଟାର ୩ ୱିକେଟ୍ ବିନିମୟରେ ୧୪୮ ରନ୍ ସଂଗ୍ରହ କରିଥିଲା । ବଡ ସ୍କୋରକୁ ପିଚ୍ଛା କରି ତାଳପଦା କ୍ରିକେଟ ଟିମ ନିର୍ଦ୍ଧାରିତ ଓଭରରେ ୬ ୱିକେଟରେ ୧୩୮ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଖେଳ ଶେଷରେ କାହ୍ନା ମହାପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ” ଆକାଶ ପୃଷ୍ଟିଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ପରି ଶେଷରେ ଟୁର୍ନାମେଣ୍ଟ ଆୟୋଜକ ଅମରେଶ ମଲ୍ଲିକ ଧର୍ଯ୍ୟ, ନିଷ୍ଠା ଓ ଉଦ୍ୟମ ଏକ ଟିମ୍ ର ମାନଦଣ୍ଡ । ଏହାକୁ ଆୟୁଧ କରି କ୍ରୀଡା ପ୍ରଦର୍ଶନ କଲେ ବିଜୟର ସ୍ବାଦ ମିଳି ପାରିବ ବୋଲି କହିଥିଲେ । ତାଳପଦା କ୍ରିକେଟ ଟିମ ଅଧିନାୟକଙ୍କୁ ସେ ରନରସ୍ ଅଫ ଟ୍ରଫି ଓ ପରିଶେଷରେ କାହ୍ନା ଟେନ ଷ୍ଟାର କ୍ରିକେଟ ଟିମ ଅଧିନାୟକ ସିକୁନ ମହାପାତ୍ରଙ୍କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ନାମେଣ୍ଟର ସମସ୍ତ ମ୍ୟାଚକୁ ଶହଶହ ଦର୍ଶକ ଉପଭୋଗ କରିବା ସହ ଭରପୁର ମଜା ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ