ଭୋଟରତାଲିକା ସଂଶୋଧନ ପ୍ରକ୍ରିୟାର ସୀକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶେଷଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଚାଲିଛି । ରାଜ୍ଯରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଭୋଟରତାଲିକା ସଂଶୋଧିତ ହୋଇ ଏଥିରେ ଅଧିକ ଭୋଟଦାତା ମାନଙ୍କ ନାମ ଯେପରି ରହିବ ଏବଂ ପ୍ରକାଶିତ ତାଲିକାଟି ଯେପରି ସମ୍ପୂର୍ଣ୍ଣ ନିର୍ଭୁଲ ତଥ୍ୟ ଥାଇ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ହେବ ସେଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବ ଦେଇ ଆସୁଛନ୍ତି । ନିର୍ବାଚନ ପୂର୍ବବର୍ତ୍ତି ତାଲିକାଟି ଯେପରି ସଠିକ ହେବ, କୌଣସି ଭୋଟରଙ୍କ ନାମ ଯେମିତି ବାଦ୍ ପଡିବନି ସେଥି ସକାଶେ ବୁଧବାର ଆଭାସୀ ବୈଠକ ମାଧ୍ଯମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଆଉ ମାତ୍ର ଚାରି ଦିନ ସମୟ ରହିଛି । ଏହି ଚାରିଦିନ ମଧ୍ୟରେ ସମସ୍ତ ଆବେଦନ ପତ୍ର ଗୁଡିକ ଯାଂଚ୍ କରି ଭୋଟର ତାଲିକାରେ ନାମ ସଂଯୋଗ, ନିମ ବାଦ, ଲିଙ୍ଗ ଅନୁପାତଗତ ସୂଚନା,ଭୂଲ ସଂଶୋଧନ ଇତ୍ଯାଦି କାର୍ଯ୍ୟ ଶେଷ କରି ଆବେଦନ ପତ୍ର ଶୂନ ଯେପରି ହେବ ସେଥିପ୍ରତି ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି । ଜିଲ୍ଲାର ପ୍ରତି ବ୍ଲକ୍ ଅନୁଯାୟୀ ସମୀକ୍ଷା କରାଯାଇଛି । ଆବେଦନ ପତ୍ରଗୁଡିକର ସ୍ଥିତି, ସେଗୁଡିକର ସତ୍ୟାସତ୍ୟ ତଦନ୍ତ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରାଯାଇଛି । ଯେଉଁ ବୁଥ୍ ଗୁଡିକରେ ଲୋକ ସଂଖ୍ଯା କମ୍ ରହିଛି ତାହାର ପ୍ରକୃତ ସତ୍ୟାସତ୍ୟ ଯାଂଚ୍ କରି ସଂପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରୁ ପ୍ରମାଣ ପତ୍ର ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ମହାବିଦ୍ୟାଳୟରେ ପଡୁଥିବା ଛାତ୍ରଛାତ୍ରୀଙ୍କ ନାମ ଯେପରି ଭୋଟର ତାଲିକାରେ ପଞ୍ଜିକରଣ ହେବ ସେଥି ପ୍ରତି ଗୁରୁତ୍ବ ଦିଆଯାଇଛି । ୧୮ ବର୍ଷ ଓ ୧୯ ବର୍ଷର ଯୁବକ ମାନଙ୍କ ନାମ ଯେମିତି ତାଲିକାରେ ଅନ୍ତର୍ଭୁକ୍ତ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ମହାବିଦ୍ୟାଳୟର ଅଧ୍ୟକ୍ଷଗଣଙ୍କ ଠାରୁ ସେମାନଙ୍କ ଅନୁଷ୍ଠାନରେ କୌଣସି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣରୁ ବାଦ୍ ଦିଆଯାଇ ନାହିଁ ସମସ୍ତଙ୍କ ନାମ ତାଲିକାରେ ପଞ୍ଜିକରଣ ହୋଇଛି ବୋଲି ପ୍ରମାଣ ପତ୍ର ଦାଖଲ କରିବେ । ସିଡିପିଓ ମଧ୍ୟ ପ୍ରମାଣ ପତ୍ର ପ୍ରଦାନ କରିବେ । ମୃତ ବ୍ୟକ୍ତିଙ୍କ ନାମ ବାଦ୍ କରିବା ସମୟରେ ମୃତ୍ୟୁ ପ୍ରମାଣ ପତ୍ର ଯାଂଚ୍ କରି ନାମ ବାଦ୍ କରିବାକୁ କୁହାଯାଇଛି । ଜିଲ୍ଲାର ୩୦ ରୁ ୪୦ ପ୍ରତିଶତ ଲୋକ ବାହାର ରାଜ୍ୟରେ କର୍ମନିୟୋଜନ ନିମନ୍ତେ ଗସ୍ତ କରନ୍ତି ସେମାନେ ନିର୍ବାଚନ ସମୟରେ ଫେରି ନିଜର ମତ ସାବ୍ୟସ୍ତ କରିବେ । କୋଭିଡ୍ ସମୟରେ ସେମାନେ ଜିଲ୍ଲାକୁ ଫେରିଥିଲେ ସେହି ତଥ୍ୟକୁ ଆଧାର କରି ସଠିକ୍ ଯାଂଚ୍ କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ନିର୍ବାଚନ ପୂର୍ବବର୍ତ୍ତି ସଂଶୋଧନ କାର୍ଯ୍ୟରେ ପଞ୍ଜିକରଣ ଅଧିକାରୀଗଣ ଶତ ପ୍ରତିଶତ ଷ୍ଟାଫ୍ଙ୍କୁ ନିୟୋଜିତ କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସଂପୃକ୍ତ ନିର୍ବାଚନ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ