ସପୁରିର ଔଷଧୀୟ ଗୁଣ

ବାଡି ବଗିଚାର ଅତି ସହଜରେ ମିଳେ ସପୁରି। ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳ। ସପୁରିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି। ସପୁରିରେ ଏହା ଭରପୁର ମାତ୍ରାରେ ଥିବାରୁ ଶରୀର ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ। ଆସନ୍ତୁ ଜାଣିବା ସପୁରୀର କିଛି ଔଷଧୀୟ ଗୁଣ –

ବ୍ଲଡ ପ୍ରେସର: ସପୁରିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ। ସୋଡିୟମ ମାତ୍ରା କମ୍ ଥାଏ। ନିୟମିତ ଭାବରେ ସପୁରି ଖାଇଲେ ବ୍ଲଡ ପ୍ରେସର ଭଳି ସମସ୍ୟାରୁ କିଛିଟା ମୁକ୍ତି ମିଳିଥାଏ। ଗୋଟିଏ କପ୍‌ ସପୁରି ରସରେ ୧ ମିଲିଗ୍ରାମ ସୋଡିୟମ ଥିବାବେଳେ ୧୯୫ ମିଲିଗ୍ରାମ ପୋଟାସିୟମ ରହିଥାଏ। ଅଧିକ ମାତ୍ରାରେ ପୋଟାସିୟମ ଥିବାରୁ ରକ୍ତଚାପ କମ୍ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ।

ଓଜନ ହ୍ରାସ: ଓଜନ କମାଇବା ପାଇଁ ସପୁରି ହେଉଛି ସର୍ବୋକୃଷ୍ଟ ଫଳ। ସପୁରି ରସ ପିଇଲେ ଶରୀର ତାଜା ରଖିବା ସହ ଭୋକ ମଧ୍ୟ କମ ଲାଗିଥାଏ। ଏହାସହ ପେଟ ଚର୍ବି ମଧ୍ୟ ହ୍ରାସ ହୋଇଥାଏ। ହଜମ ଶକ୍ତି ବୃଦ୍ଧିରେ ସପୁରି ସହାୟକ ହୋଇଥାଏ।

ଦାନ୍ତରୁ ରକ୍ତ ପଡ଼ୁଥିଲେ: ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଣ୍ଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ।

ଚର୍ବି କମାଏ: ୧୦୦ ଗ୍ରାମ୍ ସପୁରି ୫୦ କ୍ୟାଲୋରୀ ଶକ୍ତି ଯୋଗାଇଥାଏ। ଏହା ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ବଢ଼ିବାର ଆଶଙ୍କା ନଥାଏ।

ବାର୍ଦ୍ଧକ୍ୟଜନିତ ସମସ୍ୟା: ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଞ୍ଚଳ ରଖିବା ପାଇଁ ସପୁରି ଖୁବ୍ ଉପଯୋଗୀ। ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍।

ହାଡ଼ ମଜବୁତ୍: ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୂତ କରିଥାଏ। ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମ ୭୫ପ୍ରତିଶତ ମିଳିଥାଏ।

ମଧୁମେହ: ମଧୁମେୟ ପାଇଁ ସପୁରି ଉପଯୋଗୀ। ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଞ୍ଜି, ଜାମୁ ମଞ୍ଜି ଓ ଗୋଖରାକୁ ୧୦ ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେହ ରୋଗ ଭଲ ହୋଇଥାଏ।

କୃମି: ପିଲାଙ୍କ ପେଟରେ କୃମି ହେଲେ ସପୁରି କନ୍ଦା ରସ ପିଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ। ନିୟମିତ ସପୁରି ରସ ପାନୀୟ ଭାବେ ବ୍ୟବହାର କରୁଥିଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ।

ଆଖି ଦୋଷ: ଭିଟାମିନ୍‌ ସି ଭରପୁର ମାତ୍ରାରେ ଥିବାରୁ ଆଖି ପାଇଁ ବେଶ୍ ଉପଯୋଗୀ ହୋଇଥାଏ ସପୁରି। ପ୍ରତିଦିନ ସପୁରି ରସ ପିଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଏ।

ସୌନ୍ଦର୍ଯ୍ୟତା ବଢାଏ: ଚିକ୍କଣ ତ୍ଵଚା ପାଇଁ ସପୁରି ବେଶ୍‌ ଲାଭପ୍ରଦ ହୋଇଥାଏ। ସପୁରି ରସରେ ଭିଟାମିନ ସି ଥିବାରୁ ଏହା ମୃତ କୋଶିକାଗୁଡିକୁ ନଷ୍ଟ କରି କୋମଳ ତ୍ଵଚା ଗଠନରେ ସହାୟକ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ