ବଡରମ୍ପାସ ସେବା ସମବାୟ ଧାନମଣ୍ଡିରେ ଧାନକ୍ରୟର ଶୁଭାରମ୍ଭ କଲେ ବିଧାୟକ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ସେବାସମବାୟ ସମିତ୍ତିରେ ଆଜି ଧାନକିଣାର ଶୁଭାରମ୍ଭ ହୋଇଯାଇଛି । ଏଥିଲାଗି ଆୟୋଜିତ ଉତ୍ସବ ରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମିତିର ସଭାପତି ନିରଞ୍ଜନ ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ଜେନା, ଇଞ୍ଚୋଳ ସରପଞ୍ଚ ସସ୍ମିତା ମହାପାତ୍ର, ସମିତି ସଭ୍ୟ ବାବନ ଚରଣ ସେଠୀ, ପେଡି ପରଚେଜ କମିଟିର ସଭାପତି ବଳରାମ ସାହୁ, ପ୍ରମୁଖ ନଡିଆ ଭାଙ୍ଗି ଏହାର ଶୁଭ ଉଦଘାଟନ କରିଥିଲେ । ଚାଷୀମାନେ ଯେପରି ଧାନ ବିକ୍ରୀ କରିବାରେ ଅସୁବିଧା ନ ଭୋଗନ୍ତି ସେଥିପାଇଁ ସଭାପତି, ସମ୍ପାଦକ ଓ ସରପଞ୍ଚ ମାନେ ଗୁରୁତ୍ୱ ଦେବାକୁ ବିଧାୟକ ଶ୍ରୀ ସେଠୀ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେସମିତିର ନିର୍ଦେଶକ ସୁଶାନ୍ତ ସେନାପତି , ନାରାୟଣ ବେହେରା, ସନ୍ତୋଷ ଜେନା, ସଞ୍ଜୟ ସାହୁ, ଅରବିନ୍ଦ ଜେନା, ହେମନ୍ତ ସାମଲ, ଅନୁପମା ଧଳ, ମନ୍ମଥ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଦାସ, ଚାଷୀ ତ୍ରିଲୋଚନ ସାହୁ, ଦାମ ଜେନା, ହରିହର ସା, ନରେନ୍ଦ୍ର ଆଇଚ, ରସାନନ୍ଦ ସେଠୀ, ପଞ୍ଚାନନ ଓଝା, ପ୍ରଶାନ୍ତ କୁମାର ପାତ୍ର, ଦେବେନ୍ଦ୍ର ଜେନା, ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ସମିତିର ସମ୍ପାଦକ ଦେବାଶିଷ ଧଳ, ସହସମ୍ପାଦକ ବିଦ୍ୟାଧର ନାହାକ, ଲେଜର କ୍ଲର୍କ ମନୋଜ ରଞ୍ଜନ ସାହୁ, ଡିଇଓ ଦିଲିପ କୁମାର ସ୍ୱାଇଁ, କର୍ମଚାରୀ ପ୍ରଫୁଲ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


