ଯୁବକଙ୍କ ଆତ୍ମହତ୍ୟା ଥାନାରେ ଅଭିଯୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ପି . ରାମଚନ୍ଦ୍ରପୁର ପଞ୍ଚାୟତ ପିଲି କାଳୁଆ ନିକଟସ୍ଥ ରୋଡ ସାହି ରେଜଣେ ଯୁବକ ରବିବାର ସନ୍ଧ୍ୟାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାଟପୁର ଥାନା ରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ରୋଡ ସାହି ର ବାବୁ ସାହୁ (୨୬ ) ବୋଲି ଜଣାପଡିଛି । ଖବରପ୍ରକାରେ , ସନ୍ଧ୍ୟା ସମୟରେ ଯୁବକ ଜଣକ ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ମୃତ ବାବୁ ଙ୍କ ଭାଇ ଟୁନା ସାହୁ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିବା ବେଳେ ତେବେ କୌଣସି କାରଣରୁ ଯୁବକ ଜଣକ ଏଭଳି ନିଷ୍ପତ୍ତି ନେଇଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ଚଳାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ