ହିଞ୍ଜିଳିକାଟୁ କଲେଜ ମିଛ ଅଭିଯୋଗ ଧରାପଡ଼ିଲା ମିଛୁଆଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ୨ଦିନ ଧରି କିଛି ଗଣମାଧ୍ୟମରେ ହିଞ୍ଜିଳିକାଟୁ କଲେଜର ଗାରିମାକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରକାଶିତ ଖବର ମନ ଗଢ଼ା ,ମିଛ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରମାଣ ହୋଇଛି । ଆରକେ ପାଢ଼ି ନାମକ ଜଣେ ଛଦ୍ମବେଶୀ ଯିଏକି ନିଜକୁ ରିପୋର୍ଟର ଭାବେ ଉପସ୍ଥାପନା କରି କଲେଜ ବିରୁଦ୍ଧରେ କରିଥିବା ମନ ଗଢ଼ା ଅଭିଯୋଗକୁ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ପରେ ଏହାକୁ ଖାରଜ କରାଯାଇଛି । ଏ ସଂକ୍ରାନ୍ତରେ ଗୁରୁବାର ସଂଧ୍ୟାରେ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ସଚିବଙ୍କ ପକ୍ଷରୁ ପ୍ରେସ ନୋଟ ଜାରି ହୋଇଛି । ବିଭାଗୀୟ ତଦନ୍ତ ରିପୋର୍ଟ ପରେ କଲେଜ କର୍ମଚାରୀ, ଅଭିଭାବକ, ବୁଦ୍ଧିଜିବୀ , ଆଲୁମିନ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ତେବେ ଏପରି ସାଂଘାତିକ ଅଭିଯୋଗ କରି କଲେଜକୁ ବଦନାମ କରିଥିବା କିଛି ନିର୍ଦ୍ଧିଷ୍ଟ ଟିଭି , ୱେବ ଚ୍ୟାନେଲ ଓ ମିଛୁଆ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ପାଇଁ କଲେଜର ଶତାଧିକ ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ମହଲରେ ଦାବି ହୋଇଛି । ଗୁରୁବାର କଲେଜ ଫାଟକ ନିକଟରେ ଭୁଲ ତଥ୍ୟ ଓ ବିଭ୍ରାନ୍ତିକର ଖବର ପରିବେଷଣ କରିଥିବା କିଛି ଗଣମାଧ୍ୟମ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସ୍ଥାନୀୟ ଥାନା ଆଇଆଇସିଙ୍କୁ କଲେଜ ଅଧ୍ୟକ୍ଷାଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି । କିଛି ଗଣମାଧ୍ୟମ ବ୍ୟକ୍ତି କଲେଜ ଭିତରେ ଓ କ୍ଳାସ ରୁମରେ ବଳପୂର୍ବକ ପଶି ଛାତ୍ରୀ ମାନଙ୍କ ଭିଡ଼ିଓ ଉତ୍ତୋଳନ କରି ସେକ୍ସ ର୍ୟାକେଟ ଚାଲିଥିବା ମିଛ ଖବର ପରିବେଷଣ କରିଥିବାରୁ ଅଧିକ ତାତିଛନ୍ତି ଛାତ୍ରଛାତ୍ରୀ । କଲେଜକୁ ବଦନାମ କରିଥିବା ଗଣମାଧ୍ୟମ ବିରୁଦ୍ଧରେ କଡ଼ା ତଥା ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ , ଉଚ୍ଚ ଶିକ୍ଷା ବିଭାଗ ସଚିବ ଓ ଗଞ୍ଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟ ପକ୍ଷରେ କଲେଜ ମ୍ୟାନେଜମେଣ୍ଟ ଟ୍ରଷ୍ଟର ଢ଼ିଲା ଶାସନ, ନିଷ୍କ୍ରିୟତା କାରଣରୁ ବିଭିନ୍ନ ସମୟରେ କଲେଜରେ ଶୈକ୍ଷିକ ବାତାବରଣ ବାଧା ହେଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ପାଠପଢ଼ା ଅପେକ୍ଷା ଟ୍ରଷ୍ଟର କିଛି ସଦସ୍ୟ ଅଧିକ ରାଜନୀତି କରୁଛି । ତୁରନ୍ତ କଲେଜର ପରିଚାଳନା ଦାୟିତ୍ୱ ସରକାର ନିଅନ୍ତୁ ବୋଲି ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏଣିକି ଟ୍ରଷ୍ଟର ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଶୁକ୍ରବାର ଶତାଧିକ ଛାତୀଛାତ୍ରଙ୍କ ସ୍ୱାକ୍ଷର ଥାଇ ଏ ସଂକ୍ରାନ୍ତରେ ଦାବିପତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସ୍ୱସ୍ତିକା ପାଢ଼ିଙ୍କୁ ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି, ଆର କେ ପାଢ଼ି ନାମକ ବ୍ୟକ୍ତି ଏକ ପତ୍ରିକାର ରିପୋର୍ଟର ଥିବା ଦର୍ଶାଇ ହିଞ୍ଜିଳିକାଟୁ କଲେଜରେ ଆର୍ଥିକ ତୋଷାରପାତ, ବିଶୃଙ୍ଖଳା ଇତ୍ୟାଦି ସହ ଜଣେ ଅଧ୍ୟାପିକା କଲେଜ କ୍ୱାର୍ଟରରେ ରହି ଗତ ୨ବର୍ଷ ଧରି ସେକ୍ସ ର୍ୟାକେଟ ଚଳାଇଥିବା ନେଇ ଚିଠିରେ ଅଭିଯୋଗ କରିଥିଲେ । ଗତ ୨୭ରେ ବ୍ରହ୍ମପୁରସ୍ଥିତ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ି ଓ ଅନ୍ୟମାନେ କଲେଜରେ ପହଞ୍ଚି ତଦନ୍ତ କରିବା ପରେ ଅଭିଯୋଗର ସତ୍ୟତା ନଥିବା ଦର୍ଶାଇଥିଲେ । ଏହି ଅଭିଯୋଗକାରୀ ଆରକେ ପାଢ଼ି ଜଣେ ଛଦ୍ମବେଶୀ ଅଟେ । ଛଦ୍ମବେଶୀ ଜଣକ କିଏ ? ତାଙ୍କୁ ଠାବ କରି କଠୋର ଦ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ