କନ୍ଧମାଳରେ ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସମ୍ପର୍କରେ ସଚେତନତା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ’ନୂଆ-ଓ’ ପକ୍ଷରୁ ‘ ସଡ଼କ ସୁରକ୍ଷା ଅଭିଯାନ ‘ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ତନୁଜା ସିଂହଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସାମାଜିକ କ୍ଳବ୍ ମେମ୍ବର ଏଵଂ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରୀମାନଙ୍କ ଦ୍ୱାରା ଫୁଲବାଣୀ ସହର ପରିକ୍ରମା କରାଯାଇ ‘ ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସମ୍ପର୍କରେ ସହରବାସୀଙ୍କୁ ସଚେତନତା କରାଯିବା ସହିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ‘ପଥପ୍ରାନ୍ତ ‘ ନାଟକ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ