ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର ଗଜପତିରେ ପହଞ୍ଚିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜାନୁଆରି ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀରୁ ଆସିଥିବା ସେବାୟତ ଓ ଅଧିକାରୀ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ କାଶୀନଗରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନ୍ ସେବାୟତଙ୍କୁ ଭବ୍ୟ ସମ୍ବର୍ଦ୍ଧନାରେ ଗୁଣ୍ଡିଚା ବାଡି ମନ୍ଦିରରୁ ପାଛୋଟି ନିଆଯାଇଥିଲା । ଶ୍ରୀଯୁକ୍ତ ଶିବଶଙ୍କର ରଣା ସେବାୟତ, ଶ୍ରୀଯୁକ୍ତ ସତ୍ୟଶିବ ସୁନ୍ଦର ଚଉପଟ୍ଟନାୟକ, ସେବାୟତ , ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ମହାନ୍ତି,ସେବାୟତ ଓ ନୋଡାଲ ଅଫିସର ଶ୍ରୀଯୁକ୍ତ ସ୍ୱରୂପ କୁମର କର ତିନି ସେବାୟତ ଓ ନୋଡାଲ ଅଫିସରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ମହାଦେଇ ସୁଶ୍ରୀ କଲ୍ୟାଣୀ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ, ଅଧକ୍ଷ, ପୌରପରିଷଦ ପାରଳାଖେମୁଣ୍ଡି ଓ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚଶସିନ ଥିଲେ। ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ , ବିରବାଦ୍ୟ, ଓଡ଼ିଶୀ ନୃତ୍ୟ କଳାକାର ସମବେତ ଜନତାଙ୍କ ମାଧ୍ୟମରେ ସମସ୍ତ ସେବାୟତଙ୍କୁ ସ୍ବାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ