ମହିଳା ଓ କିଶୋରୀ ମାନଙ୍କ ପାଇଁ ଦକ୍ଷତା ବିକାଶ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସିସିଡି ସ୍ୱେଚ୍ଛାସେବୀ ସଂଗଠନ ଓ ଦେଶାଇ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମହିଳା ଓ କିଶୋରୀ ବାଳିକାଂକ ସକାଶେ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ଓ ମଣ୍ଡଳସାହିଠାରେ ଅନୁଷ୍ଠିତ ଏହ ତାଲିମ ଶିବିରରେ ସମ୍ବଳ ବ୍ଯକ୍ତି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ସଂପ୍ରସାରଣ ଅଧିକାରୀ ବିଭୂରଂଜନ ସ୍ୱାଇଁ, ଡି.ଆଇ.ପି.ଏ.ର ଆଇ. ପି.ଏ.କୁମାର ଜ୍ୟୋତିରଂଜନ ତ୍ରିପାଠୀ, ଜେ.ଏସ୍. ଏସ୍ ସଂସ୍ଥାର ନିର୍ଦ୍ଦେଶକ ଜୀବନ ଦାସ ଯୋଗଦାନ କରିଥିଲେ। କେନ୍ଦ୍ର ତଥା ରାଜ୍ଯ ସରକାରଂକ ବିଭିନ୍ନ ଯୋଜନା ତଥା ପି. ଏମ୍. ଇ. ଜି. ପି., ଉତ୍ପାଦିତ ଶସ୍ୟଗୁଡ଼ିକ ଦ୍ୱାରା ବଭିନ୍ନ ପ୍ରସ୍ତୁତି ଓ ବଜାରୀକରଣ ଉପରେ ଅବଗତ କରିଥିଲେ। ଜଂଗଲ ଜାତ ଦ୍ରବ୍ୟକୁ ଅଧିକରୁ ଅଧିକ ଉତ୍ପାଦନ କରି ରୋଜଗାର ସକ୍ଷମ ହେବା ତଥା ଆତ୍ମନିର୍ଭରଶୀଳ ହେବାପାଇଁ ଗୁରୁତ୍ୱାରୋପ କରିଥିଲେ।ବେରୋଜଗାର କିଶୋରୀ ବାଳିକା ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଂକ ପାଇଁ ସମବାୟ ସମିତି ବ୍ୟାଙ୍କରୁ ଋଣ ଓ ସବ୍ସିଡି ସମ୍ବନ୍ଧରେ ବୁଝାଇଥିଲେ। ଦେଶାଇ ଫାଉଣ୍ଡେସନର କର୍ମୀ ଅମିକ କାର୍ଯୀ ଓ ଜଗନ୍ନାଥ ଗମାଙ୍ଗ ସହଯୋଗ କରିଥିଲେ।ଏଥିରେ କିଶୋରୀ ବାଳିକା ତଥା ସ୍ୱୟଂ ସହାୟକ ଦଳର ସଭ୍ୟାମାନେ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ