ବୋଲେର ଗାଡ଼ି ଧକ୍କାରେ ଏକ୍ସିଲ ଚାଳକ ମୃତ୍ୟୁ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ହିଞ୍ଜିଳକାଟୁ ଥାନା ଅର୍ନ୍ତଗତ ଆଡପଡା ଗ୍ରାମରେ ବୋଲର୍ ଗାଡ଼ି ଧକ୍କାରେ ଜଣେ ଏକ୍ସିଲ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ମୃତ ଜଣକ ହେଲେ ଆଡପଡା ଗ୍ରାମର ମହେଶ୍ବର ପ୍ରଧାନ(୪୫) ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ ବୋଲର ଗାଡ଼ିଟି ମହିଗୁଡ଼ା ରୁ ଡେଙ୍ଗାଡି ଅଭିମୁଖେ ଯାଉଥିବା ବେଳେ ଆଡପଡ଼ା ପଞ୍ଚାୟତ ଅଫିସ୍ ସମ୍ମୁଖରେ ଏକ୍ସିଲ ଧରି ଠିଆ ହୋଇଥିବା ମହେଶ୍ବର ପ୍ରଧାନ ଙ୍କୁ ଧକ୍କା ମାରିବା ଫଳରେ ଗୁରୁତର ଅବସ୍ଥାରେ ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ।ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ବେଳେ ସେଠାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ଖବର ପାଇଁ ହିଞ୍ଜିଳକାଟୁ ପୋଲିସ ମେଡିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ବୋଲର ଗାଡ଼ି ଏବଂ ଏକ୍ସିଲ ଜବତ କରି ଆଡପଡା ଫାଣ୍ଡି ରେ ରଖିଥିବା ବେଳେ ଏନେଇ ତଦନ୍ତ ଚାଲିଥିବା ହିଞ୍ଜିଳକାଟୁ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।