କରଜ ଟଙ୍କାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ନିକଟସ୍ଥ ସାହିରେ କରଜ ଟଙ୍କାକୁ କେନ୍ଦ୍ରକରି ସୂର୍ଯ୍ୟକାନ୍ତ ସାହୁ (୩୩) ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ସଂକ୍ରାନ୍ତରେ ପାଟପୁର ଥାନା ପୋଲିସ ଉକ୍ତ ଗ୍ରାମର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ କୁମାର ସ୍ବାଇଁ (୨୧) କୁ ଗିରଫ କରି କୋର୍ଟ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍ ଡିପିଓ ଉମାଶଙ୍କର ସିଂ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ପୂର୍ବରୁ ମୃତକ ସୂର୍ଯ୍ୟକାନ୍ତ ଅଭିଯୁକ୍ତ ପ୍ରଶାନ୍ତ ଠାରୁ ୧୦ ହଜାର ଟଙ୍କା କରଜ ଆଣିଥିଲା । ତେବେ ଏହି ଟଙ୍କାଙ୍କୁ କେନ୍ଦ୍ରକରି ପୂର୍ବରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗୁରୁବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ସୂର୍ଯ୍ୟକାନ୍ତ ବସଷ୍ଟାଣ୍ଡକୁ ଯାଉଛି କହି ପରିବାରକୁ ଜଣାଇଥିଲେ ମଧ୍ୟ ବିଳମ୍ବିତ ରାତି ସୁଦ୍ଧା ଘରକୁ ଫେରି ନଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ନପାଇ ଘରକୁ ଫେରିଥିଲେ । ତେବେ ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମରେ ଥିବା ବିଦେଶୀ ମଦ ଦୋକାନ ସାମ୍ନାରେ ଏକ ଘର ତିଆରି ଫାଉଣ୍ଡେସନ ଉପରେ ପଡିଥିବା ଖବର ପ୍ରଚାରିତ ହେବାପରେ ଏନେଇ ମୃତକଙ୍କ ବଡ଼ଭାଇ ନିତ୍ୟାନନ୍ଦ ସାହୁ ଭାଇ ର ମୁତ୍ୟୁ ଦେଖି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ଏହା ପରେ ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ପରେ ଅଭିଯୁକ୍ତ ଜଣକ ସୂର୍ଯ୍ୟକାନ୍ତଙ୍କୁ ମାରିଥିବା ସ୍ବୀକାର କରିଥିଲା । ଘଟଣାପରେ ପୋଲିସ ଥାନା କେସ୍ ନଂ ୮୩୨/୨୩ ଅନୁସାରେ ମାମଲା ରୁଜୁ କରିବା ସହ ଏକ ଲୁହା ରଡ଼ ଜବତ କରିଥିଲା। ଯାହାକୁ ନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ