ସର୍ବ ଭାରତୀୟ “ଚେଞ୍ଜ ମେକର” କର୍ମଶାଳାକୁ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ମନୋନୀତ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଜାନୁଆରୀ ୫ ତାରିଖ ଦିନ ନୂଆ ଦିଲ୍ଲୀସ୍ଥିତ ସଂସଦ ଭବନରେ ଆୟୋଜିତ ହେଉଥିବା ସର୍ବ ଭାରତୀୟ ସ୍ତରର “ଚେଞ୍ଜ ମେକର” କର୍ମଶାଳାରେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଯୋଗ ଦେଉଛନ୍ତି। ଏହି ସର୍ବ ଭାରତୀୟ “ଚେଞ୍ଜ ମେକର ” କର୍ମଶାଳାରେ ଯୋଗ ଦେବା ପାଇଁ ସମଗ୍ର ଓଡିଶାରୁ ମନୋନୀତ ୧୦ ଜଣ ମହିଳାଙ୍କ ମଧ୍ୟରୁ ବୁଗୁଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଆଚାରୀ ଅନ୍ୟତମ। ବିଗତ ଦିନରେ ଗଞ୍ଜାମ ଜିଲ୍ଲା ଉନ୍ନୟନ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମହିଳା ନେତୃତ୍ବ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ପରବର୍ତ୍ତୀ ସମୟରେ ମହିଳା ନେତୃତ୍ବ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳତା ହାସଲ କରି ସର୍ବ ଭାରତୀୟ ସ୍ତରୀୟ କର୍ମଶାଳାରେ ଯୋଗଦାନ ନିମନ୍ତେ ମନୋନୀତ ହୋଇଛନ୍ତି । ପ୍ରତ୍ଯେକ ମହିଳା ହେଉଛନ୍ତି ସମାଜର ଜଣେ ଜଣେ “ଚେଞ୍ଜ୍ ମେକର” । ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ନେତୃତ୍ବ ନେବାରେ ଦକ୍ଷତା , ଅଭିଜ୍ଞତା , କୌଶଳ, ଶିଷ୍ଠତା , ନୀତି ନିଷ୍ଠତା ଉପରେ ଆଲୋଚନା ପର୍ଯ୍ଯାଲୋଚନା ସହ ବିଭିନ୍ନ ବିଷୟରେ ମତାମତ ପ୍ରଦାନ ପାଇଁ ଓଡିଶାରୁ ୧୦ ଜଣଙ୍କୁ ନୂଆ ଦିଲ୍ଲୀର ନୂଆ ସଂସଦ ଭବନରେ ହେବାକୁ ଥିବା ସର୍ବ ଭାରତୀୟ ଜାତୀୟ କର୍ମଶାଳାରେ ଯୋଗ ଦେବାକୁ ମନୋନୀତ କରାଯାଇଥିବା ବେଳେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଦିଲ୍ଲୀ ଯାତ୍ରା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ