ୱାରେଣ୍ଟ ବଳରେ ମହିଳା ଙ୍କ ସହ ଦୁଇ ଜଣ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ୱାରେଟ ବଳରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଅଭିଯୁକ୍ତ ଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଅଭିଯୁକ୍ତ ୩ ଜଣ ଙ୍କ ମଧ୍ୟରୁ ୨ଜଣ ଏସ, ଗୋପାଳପୁ ପଞ୍ଚାୟତ ର ପ୍ରତାପଗିରି ଗ୍ରାମର କାମଦେବ ନାଇକ (୪୫) ପିତା ଆନନ୍ଦ ମହିଳା ଜଣକ ହେଲେ କାମଦେବ ନାଇକ ଙ୍କ ସ୍ତ୍ରୀ ଝୁମୁରି ନାଇକ( ୪୦) ଗଣ୍ଡଗୋଳ କରି ୨୦୨୦ ମସିହାରୁ ଫେରାର ଥିଲେ ଏମାନଙ୍କ ନାମରେ ଥାନାରେ ୪୮/୨୦ ରେ ମାମଲା ରୁଜୁ ହୋଇଥିଲା ସେହିପରି ପାଟପୁର ଥାନା ଅର୍ନ୍ତଗତ ସୁମନ୍ତପୁର ଗ୍ରାମର ଡମ୍ବୁରୁ ନାଇକ (୪୭) ପିତା ଖଲିଆ ଡ଼ମ୍ବୁରୁ ଗଣ୍ଡଗୋଳ କରି ୨୦୧୪ ମସିହାରୁ ଫେରାର ଥିଲେ ତାହାରି ନାଁରେ ଜିଆର ୧୧୬/୧୪ ମାମଲା ରୁଜୁ ହୋଇଥିଲା।ପାଟପୁର ପୋଲିସ ପକ୍ଷରୁ ଚଢାଉ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି


