ବାଲେଶ୍ୱରରେ ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ

ବାଲେଶ୍ୱର,  (ସରୋଜ ପଣ୍ଡା):ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ଓଡ଼ିଶା ସରକାରଙ୍କର ଅନ୍ୟତମ ପ୍ରୟାସ ନୂଆ-ଓ। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ ଲାଇନ ପଡ଼ିଆରେ ଉଦଯାପିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ସମଗ୍ର ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ପାଣ୍ଡିଆନ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଅଧିନସ୍ଥ ସମ୍ପଦ ଯୋଜନା ଅନ୍ତର୍ଗତ ଦିବ୍ୟାଙ୍ଗଙ୍କ ନିମନ୍ତେ ୮୪ଟି ବ୍ୟାଟେରୀ ଚାଳିତ ଗାଡ଼ି ଉପସ୍ଥିତ ଦିବ୍ୟାଙ୍ଗଙ୍କୁ ଏହା ହସ୍ତାନ୍ତର କରି ତାଙ୍କ ଶୁଭ ମନାସୀ ଥିଲେ I ଏହା ପରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ୫T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଦ୍ବାରା ସେମାନେ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ | ଏହା ଦ୍ୱାରା ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚକାଂକ୍ଷୀ ସ୍ୱପ୍ନ ଅନ୍ତର୍ଗତ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ୧୩୬ ଗୋଟି କଲେଜରେ ୫ଟି ଅଧୀନରେ ୬୦ କୋଟି ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ପ୍ରକ୍ରିୟା ଜାରି ରହିଛି ଯାହା ଖୁବ ଶୀଘ୍ର ସମାପ୍ତ ହେବାକୁ ଯାଉଛି I ପରିବର୍ତ୍ତୀ ସମୟରେ ବାଲେଶ୍ୱରର ଯୁବପିଢ଼ି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଉପଭୋଗ କରି ନୂତନ ପିଢ଼ି ସହ ସମକକ୍ଷ ହୋଇ ବିଶ୍ୱଦରବାରରେ ରାଷ୍ଟ୍ରର ମାନ ଓ ସମ୍ମାନ ବଢ଼ାଇବେ ବୋଲି ଆଶା ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ I ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଉପରେ ସହ-ପାଠ୍ୟକ୍ରମର ପରିବର୍ତ୍ତନଶୀଳ ପ୍ରଭାବକୁ ସ୍ୱୀକୃତି ଦେଇ ଶ୍ରୀ ପାଣ୍ଡିଆନ ମତ ପ୍ରକାଶ କରିଥିଲେ ଯେ, ସେମାନଙ୍କର ଦକ୍ଷତା ବୃଦ୍ଧି, ସୃଜନଶୀଳତା ବୃଦ୍ଧି ଏବଂ ଅତ୍ୟାବଶ୍ୟକ ଜୀବନ ଗୁଣ ଗଠନ ପାଇଁ ସହ-ପାଠ୍ୟକ୍ରମ ସୁଯୋଗ ପ୍ରଦାନ କରିଥାଏ I ସହ-ପାଠ୍ୟକ୍ରମରେ ନିୟୋଜିତ ହେବା ଛାତ୍ରମାନଙ୍କୁ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ସଫଳତା ପାଇଁ ଅତ୍ୟାବଶ୍ୟକ ଯୋଗାଯୋଗ, ଦଳଗତ କାର୍ଯ୍ୟ ଏବଂ ନେତୃତ୍ୱ ଭଳି କୌଶଳ ବୃଦ୍ଧି କରିବାରେ ସକ୍ଷମ କରେ I ଏହି କାର୍ଯ୍ୟକଳାପଗୁଡ଼ିକ ଏକାଡେମିକ୍ ଏବଂ ବାସ୍ତବ ଦୁନିଆ ପରିସ୍ଥିତି ମଧ୍ୟରେ ବ୍ୟବଧାନକୁ ଦୂର କରି ତତ୍ତ୍ୱଗତ ଜ୍ଞାନର ବ୍ୟବହାରିକ ପ୍ରୟୋଗ ପାଇଁ ଲାଭଦାୟକ ହୁଏ I ଏଥି ସହିତ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ତଥା ମାନସିକ ସୁସ୍ଥତା ଓ ଆବଶ୍ୟକତାର ଗୁରୁତ୍ୱ ଉପରେ ସୁଚାରୁ ରୂପେ ବୁଝାଇ ଥିଲେ I ପରିଶେଷରେ ଶ୍ରୀ ପାଣ୍ଡିଆନ କଠିନ ପରିଶ୍ରମ ଓ ନିଷ୍ଠାକୁ ନିଜ ଜୀବନର ମୂଳମନ୍ତ୍ର ବନେଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ I ଏହି ଦିବସବ୍ୟାପି କାର୍ଯ୍ୟକ୍ରମରେ ଅନେକ ସୁନାମଧନ୍ୟ ନୃତ୍ୟ ଦଳ ପ୍ରମୁଖ ନିଜ କଳାର ପ୍ରଦର୍ଶନ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଲ୍ଲାସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ପ୍ରତ୍ୟକ୍ଷ ଭାବରେ ଏହାର ତଦାରଖ କରିଥିଲେ I ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିଜର ଯୋଗଦାନ କରି ଏହାକୁ ସଫଳ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ