ରସାୟନିକ ବିପର୍ଯ୍ୟୟ ଓ ତାର ମୁକାବିଲା ଉପରେ ଏକ ରାଜ୍ୟସ୍ତରୀୟ ମକ୍ ଡ୍ରିଲ୍

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚୌଦ୍ଵାର ସ୍ଥିତ ଇମ୍ଫା କାରଖାନା ର ୟୁନିଟ୍-୨ ପରିସର ରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ରସାୟନିକ ବିପର୍ଯ୍ୟୟ ଓ ତାର ମୁକାବିଲା ଉପରେ ଏକ ରାଜ୍ୟସ୍ତରୀୟ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ପ୍ଲାଣ୍ଟ ପରିସରରେ LPG ଲିକେଜ୍ ଏବଂ ବ୍ଲେଭ୍ ସୃଷ୍ଟି ହେଲେ ଶ୍ରମିକ ମାନେ କିପରି ମୁକାବିଲା କରିବେ ଓ ନିଜେ ସୁରକ୍ଷିତ ରହିବା ସହିତ ସାଥୀ ଶ୍ରମିକ ଭାଇ ଙ୍କ ଜୀବନ ରକ୍ଷା କରି ପାରିବେ ଏହାରି ଉପରେ ଥିଲା ଏହି ରାଜ୍ୟସ୍ତରୀୟ ମକ୍ ଡ୍ରିଲ୍ ।ଜରୁରୀକାଳୀନ ପରିସ୍ଥିତି କୁ ସଠିକ୍ ଆକଳନ କରିବା ସହିତ ଉପଯୁକ୍ତ ମୁକାବିଲା କରିବାର ଦକ୍ଷତା କର୍ମଚାରୀମାନ ଙ୍କ ମଧ୍ୟରେ ଜାଗ୍ରତ କରିବା ପାଇଁ ଏହି ମକ୍ ଡ୍ରି୍ଲ ଆଜି ସକାଳ 9 ଟାରେ ଆରମ୍ଭ ହୋଇଥିଲା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ସମସ୍ତ ଅତିଥି ମାନେ ଇମ୍ଫାର ସୁରକ୍ଷା ଦିଗରେ କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରିଥିଲେ ।ଏହି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଫ୍ୟାକ୍ଟ୍ରି ଏବଂ ବଏଲର ଡେପୁଟି ଡାଇରେକ୍ଟର ମନୋଜ କୁମାର ପଣ୍ଡା, ଅତିରିକ୍ତ ଆରଟିଓ ମନୋଜ କୁମାର ଟପୋ,ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ, ଟାଙ୍ଗୀ ତହସିଲଦାର ଚୌଧୁରୀ ପ୍ରଜାନନ୍ଦ ଦାସ, ଜ୍ୟୋତି ପ୍ରକାଶ ସାହୋ, ସ୍ଥାନୀୟ ଅଗ୍ନିଶମ ସେବା ଇନଚାର୍ଜ ବିଷ୍ଣୁ ଦାଶ,ଚୌଦ୍ୱାର ପୌରପାଲିକା କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ଡେପୁଟି କମାଣ୍ଡଣ୍ଟ CISF ମନିସ୍କ କୁମାର, ୟୁନିଟ୍-୨ ପ୍ଲାଣ୍ଟ ହେଡ୍ ଏସ.କେ. ମିଶ୍ର,ଜିଏମ୍ ଏଚ ଆର ଜି ଶାରଦା ପ୍ରସାଦ ରାଓ,ଚୌଦ୍ୱାର ସେଫ୍ଟୀ ହେଡ୍ ଶଶାଙ୍କ ସୁବୁଧିରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ