ବ୍ରାଉନ ସୁଗାର ବ୍ୟବସାୟୀ ଙ୍କ ଠାରୁ ବନ୍ଧୁକ ଜବତ ଦୁଇ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅସ୍ତରଙ୍ଗ କଲେଜ ଛକ ନିକଟରେ ଦୁଇ ଯୁବକଙ୍କୁ ଅଟକାଇ ତାଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ଠାରୁ ୮ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତାଙ୍କ ନିକଟରୁ ଛଅରାଉଣ୍ଡ ବିଶିଷ୍ଟ ଏକବନ୍ଧୁକ,ନଗଦ ୮ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ, ଏକ ଗ୍ଲାମର ଗାଡି ନଂ ଓ ଡ଼ି – ୧୩ ଜି ୧୬୬୮ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତ ଯୁବକ ଦ୍ବୟ ହେଉଛନ୍ତି ଓସ୍ତପୁର ଗ୍ରାମ ର ନିରଞ୍ଜନ ସେନାପତି (ନିଲୁ) ଓ ଓଲଙ୍ଗର ଗ୍ରାମ ର ବିଦ୍ୟାଧର ସ୍ୱାଇଁ । ଏ ସଂକ୍ରାନ୍ତ ରେ ଅସ୍ତରଙ୍ଗ ଥାନା ରେ ଏକ ମାମଲା ରୁଜୁ ହୋଇଛି। କେଶ ନମ୍ବର ୧୭/୨୪। ଅଭିଯୁକ୍ତ ମାନଙ୍କୁ ନିମାପଡ଼ା କୋର୍ଟ କୁ ଚାଲାଣ କରାଯାଇଥିବା ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ପ୍ରକାଶ କରିଛନ୍ତି। ଏହି ଚଢାଉ ଏ ଏସ ଆଇ ସଂଗ୍ରାମ କେଶରୀ ସ୍ଵାଇଁ
ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ