ଗଜପତିର ଗୁମ୍ମାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆସନ୍ତା ୨୨ ତାରିଖରେ ୫ସହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖର ସାରା ଦେଶ। ଅଯୋଧ୍ୟା ଧାମରୁ ସମସ୍ତ ସନାତନ ଧର୍ମୀଙ୍କୁ ତଥା ହିନ୍ଦୁ ଧର୍ମୀ ମାନଙ୍କୁ ଆସିଛି ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି।ଏନେଇ ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ପାଇକ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମସ୍ତ ସାହିର ଘରକୁ ଘର ଯାଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ସ୍ଥାନୀୟ ପିଲାମାନେ ରାମ ଲକ୍ଷ୍ମଣ ସୀତା ଓ ହନୁମାନ ବେଶ ଧାରଣ କରିବା ସହ କଳସ ଛାତ୍ରା ଗାଁ ପରିକ୍ରମା କରିଥିଲେ।ଆସନ୍ତା୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣ ଧୀନ ଭାବ୍ୟ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ ବୋଲି ପ୍ରତେକ ଘର ଘର ବୁଲି ନିମନ୍ତ୍ରଣ ରକ୍ଷା କରିବା ସହ ୨୨ତାରିଖ ରାତିରେ ରାମ ଲାଲାଙ୍କ ପାଇଁ ଘର ବାହାରେ ଦୀପ ଜାଳିକୁ କୁହାଯାଇଛି।ଆସନ୍ତା ୨୨ ପ୍ରତିଷ୍ଠା ଉତ୍ସବ ଦିନ ସମସ୍ତେ ଏକ ହୋଇ ଶ୍ରୀ ରାମଚନ୍ଦ୍ରଙ୍କ ଉଦ୍ଧେଶ୍ୟରେ ଦୀପ ଜାଳିବା,ଗେରୁଆ ବସ୍ତ୍ର ପରିଧାନ କରିବା,ନିରାମିଷ ଭୋଜନ କରିବା ଓ ରାତିରେ ଆଉ ଏକ ଦୀପାବଳି ପାଳନ କରାଯିବ ବୋଲି ଜଣାପଡ଼ିଛି।ପରିକ୍ରମା ସମୟରେ ଗ୍ରାମର ସମସ୍ତ ମହିଳା,ପୁରୁଷ ଓ ଯୁବକ ଯୁବତୀ ଏକ ହୋଇ ରାମ ନାମରେ ସଂକୀର୍ତିନରେ ପ୍ରକମ୍ପିତ ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ