କୋଣାର୍କ କିନ୍ନର ସଂଘ ପକ୍ଷରୁ ବୃଦ୍ଧ,ବୃଦ୍ଧା ଓ ଅସହାୟ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ପବିତ୍ର ମନ୍ଦିର ପ୍ରତିଷ୍ଠା ଅବସରରେ କୋଣାର୍କ କିନ୍ନର ସଂଘ ପକ୍ଷରୁ ବୃଦ୍ଧ, ବୃଦ୍ଧା ଓ ଅସହାୟ ମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଛି। ଶୀତର ପ୍ରକୋପରୁ ରକ୍ଷା କରିବା ନିମନ୍ତେ କୋଣାର୍କ ଏନଏସି ଅଧିନସ୍ଥ ୯ନଂ ଓ୍ବାର୍ଡ, ୫ନଂ ଓ୍ବାର୍ଡ, ୧୦ନଂ ଓ୍ବାର୍ଡ, ୪ନଂ ଓ୍ବାର୍ଡ, ୬ ଓ ୭ନଂ ଓ୍ବାର୍ଡ ସମେତ କୁରୁଜଙ୍ଗ ପଞ୍ଚାୟତ ଯମରା ଗ୍ରାମରେ ପ୍ରାୟ ୧୫୦ ଜଣ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ଅସହାୟ ମାନଙ୍କୁ କୋଣାର୍କ କିନ୍ନର ସଂଘର ସଭାପତି ଦୀପସା କିନ୍ନର ଓ ସହଯୋଗୀ ମାନେ ଶୀତବସ୍ତ୍ର ବଣ୍ଟନ କରିଥିଲେ। କୋଣାର୍କ କିନ୍ନର ସଂଘର ଏଭଳି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମକୁ କୋଣାର୍କ କିନ୍ନର ସଂଘର ସୁକାନ୍ତି କିନ୍ନର, କାଜଲ କିନ୍ନର, ଶିବାନୀ କିନ୍ନର, ମୋନି କିନ୍ନର, ପିଙ୍କି କିନ୍ନର, ଚିନୁ କିନ୍ନର, ଶ୍ରଦ୍ଧା କିନ୍ନର, ସନ୍ଧ୍ୟା କିନ୍ନର, ଶାନ୍ତି କିନ୍ନର, ରଶ୍ମି କିନ୍ନର, ଜୁଲି କିନ୍ନର ଓ ପାୟଲ କିନ୍ନର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ