ଅଯୋଧ୍ୟା ରାମ ମନ୍ଦିର ରେ କାର୍ଯ୍ୟ କରିଥିବା ଓଡ଼ିଆ ଶିଳ୍ପୀ
ନିମାପଡ଼ା, (ସନ୍ତୋଷ ଦାଶ):ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମ ଲାଲା ଙ୍କ ଭବ୍ୟ ମନ୍ଦିର ଓ ମୂର୍ତ୍ତୀ ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ଅଯୋଧ୍ୟା ର ଭବ୍ୟ ଶ୍ରୀ ରାମ ମନ୍ଦିର ର ସୁକ୍ଷ୍ମ କାରୁକାର୍ୟ୍ଯ କରିଥିବା ଉତ୍କର୍ଷ ଓଡ଼ିଆ କଳା ଭାସ୍କର୍ଯ୍ୟର ମୂକସାକ୍ଷୀ କୋଣାର୍କ ଅଂଚଳର ଶିଳ୍ପୀ ମାନେ ଗତ କାଲି କୋଣାର୍କ ର କରମଙ୍ଗା ସ୍ଥିତ ଶ୍ରୀରାମ ମନ୍ଦିରରେ ପ୍ରଭୁ ରାମଲାଲା ଙ୍କ ପୂଜାର୍ଚନା କରିବା ସହ ଦୀପଦାନ କରିଥିଲେ। ଏହି ଶିଳ୍ପୀ ମାନଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଣାର୍କ ଅଞ୍ଚଳ ର ୫୦ ରୁ ଉର୍ଦ୍ଧ୍ବ ଶିଳ୍ପୀ ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ କାର୍ଯ୍ୟ ସାରି ନିଜ ଘରକୁ ଫେରିଛନ୍ତି। ଶିରିପୁର ଗ୍ରାମ ର ଶିଳ୍ପୀ ବୈରାଗୀ ସେଠୀ, ଗଡ଼ ବାଙ୍ଗୋର ର ସଞ୍ଜୟ ଜେନା, ରାଉଳ ପାଟଣା ର ବାପି ଲେଙ୍କା,ତ୍ରିଲୋଚନ ବିଶ୍ବାଳ, ଶିବେନ୍ଦୁ ପାତ୍ର, ମହଲପଡ଼ା ର ଅଶୋକ ମହାରଣା ପ୍ରମୁଖ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କୋଣାର୍କ କରମଙ୍ଗା ରାମମନ୍ଦିର ପରିଚାଳନା କମିଟି ସଭାପତି ଗୋବର୍ଦ୍ଧନ ବିଶ୍ବାଳ ଙ୍କ ତତ୍ବାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତ୍ରୁଜିତ ନାୟକ, ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି, ସାଂସଦ ଙ୍କ ପ୍ରତିନିଧି ପଦ୍ମ ଚରଣ ବେଉରା,ଅଜୟ ବେହେରା, ଲିଙ୍ଗରାଜ ନାୟକ , ସୂର୍ଯ୍ୟ କାନ୍ତ ନାୟକ, ଭାଗିରଥି ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର କୋଣାର୍କ ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


