ପାଟପୁର ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବ ଟୁର୍ଣ୍ଣାମେଣ୍ଟ ଗ୍ରୀନ୍ ପାନ୍ଥର ଚମ୍ପିୟାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଫ୍ରେଣ୍ଡସ କ୍ରିକେଟ କ୍ଲବ ଆନୁକୁଲ୍ୟରେ ରବିବାର ଦିନ ସ୍ଥାନୀୟ ପାଟପୁର କଲେଜ୍ ଷ୍ଟାଡିୟମ୍ ପରିସରରେ ଅଞ୍ଚଳର ଖ୍ୟାତନାମା କ୍ରିକେଟରଙ୍କୁ ନେଇ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏକ ଦିବସୀୟ ଏହି ମ୍ୟାଚରେ ରେଡ୍ ପାନ୍ଥର ଦଳ ବନାମ ଗ୍ରୀନ୍ ପାନ୍ଥର ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଲଢେ଼ଇ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ବେଳେ ଗ୍ରୀନ ପାନ୍ଥର ଦଳ ବିଜୟୀ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗ୍ରୀନ ପାନ୍ଥର ଦଳ ନିର୍ଦ୍ଧାରିତ ୨୦ ଓଭର୍ ଖେଳି ୬ ଟି ୱିକେଟ ବିନିମୟରେ ୧୬୫ ରନ୍ ସଂଗ୍ରହ କରିଥିଲା । ଦଳର ଲଢ଼ୁଆ ବ୍ୟାଟସମ୍ୟାନ ତଥା ଅଧିନାୟକ ପ୍ରମୋଦ ପଣ୍ଡା ୪୭ ରନ୍ କରିଥିଲେ। ଜବାବରେ ରେଡ୍ ପାନ୍ଥର ଦଳ ବିଜୟ ହାସଲ ପାଇଁ ୧୬୬ ରନର ପିଛା କରି ୧୬୦ରେ ଅଲ୍ ଆଉଟ୍ ହୋଇଯାଇଥିଲା। ରେଡ୍ ପାନ୍ଥର ଦଳର ବ୍ୟାଟସମ୍ୟାନ୍ ଚନ୍ଦନ ପଣ୍ଡାଙ୍କ ବ୍ୟାଟରେ ପଡ଼ିଆରେ ଚୌକା ଛକା ଦେଖିବାକୁ ମିଳିଥିଲା।ତେବେ ବିଜୟ ସୁନିଶ୍ଚିତ ମ୍ୟାଚରେ ଚନ୍ଦନ ୮୯ ରନ୍ କରି ଆଉଟ୍ ହେବା ପରେ ଦଳ ପରାଜୟ ମୁହାଁ ହୋଇଥିଲା। ରେଡ୍ ପାନ୍ଥର ଦଳର ଗୋଟିଏ ପରେ ଗୋଟିଏ ଉଇକେଟ୍ ପତ୍ତନ ଘଟି ୧୬୦ ରନରେ ଅଲ ଆଉଟ୍ ହୋଇଯାଇଥିଲା । ଗ୍ରୀନ୍ ପାନ୍ଥର ଦଳର ବୋଲର କୈଳାଶ ଦାଶଙ୍କ ଘାତକ ବୋଲିଂରେ ଦଳ ଶେଷ ଓଭରରେ ବିଜୟୀ ହୋଇଥିଲା। ଫ୍ରେଣ୍ଡସ୍ କ୍ରିକେଟ୍ କ୍ଳବ୍ ସଭାପତି ଅଶୋକ ବେହେରା ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିବା ବେଳେ ଲଳିତ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ସୁବୁଦ୍ଧି, ମ୍ୟାନେଜର ଶଙ୍କର ସ୍ୱାଇଁ ସହଯୋଗ କରିଥିଲେ । ମେନ୍ ଅଫ୍ ଦି ମ୍ୟାଚ୍ ଗ୍ରୀନ୍ ପାନ୍ଥର ଦଳର ପ୍ରମୋଦ ପଣ୍ଡା ହୋଇଥିବା ବେଳେ ଶ୍ରେଷ୍ଠ ବ୍ୟାଟସମ୍ୟାନ ଚନ୍ଦନ ପଣ୍ଡା, ଶ୍ରେଷ୍ଠ ବୋଲର କୈଳାଶ ଦାସ ବିବେଚିତ ହୋଇଥିଲେ। ଶେଷରେ କ୍ଳବ୍ ସଭାପତି ଅଶୋକ କୁମାର ବେହେରା ବିଜୟୀ ଦଳ ଗ୍ରୀନ୍ ପାନ୍ଥରର କ୍ୟାପଟେନ ପ୍ରମୋଦ ପଣ୍ଡାଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ଉପ ବିଜେତା ରେଡ୍ ପାନ୍ଥର ଦଳର ଅଧିନାୟକ ସାଇ ପ୍ରସାଦ ସ୍ୱାଇଁଙ୍କୁ ରନର୍ସ ଅପ୍ ଟ୍ରଫି ସହ ମାନପତ୍ର ଦିଆଯାଇଥିଲା।ଏହା ସହ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ବ୍ରହ୍ମପୁର ଏମଡିକେ ଡ୍ୟାନସ୍ ଗ୍ରୁପ ଦ୍ଵାରା ନୃତ୍ୟ ପରିବେଷଣ କରିଥିଲେ।ଆଜିର ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍ ପରିସରରେ ବହୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ କୈଳାଶ ସାହୁ, ରାଧାଦେଇପୁର ସରପଞ୍ଚ ଡି.ରାକେଶ ପାତ୍ର,ଶଙ୍କର୍ଷଣ ରଥ,ଦିଲୀପ ପାଣିଗ୍ରାହୀ,ପାଟପୁର ସମିତି ସଭ୍ୟ ପ୍ରତିନିଧି ସନ୍ତୋଷ ସ୍ୱାଇଁ,ଶୁକଦେବ ସ୍ୱାଇଁ,ଅନିଲ ନାୟକ,ଖଗେଶ୍ବର ବିଷୋୟୀ,ପାଣ୍ଡା ପ୍ରଧାନ,ସୁରେଶ ହୋତା,ଗଗନ ପାଣିଗ୍ରାହୀ,ରିଣ୍ଟୁ ଚା,ମିଥୁନ ସ୍ୱାଇଁ,ପାଟପୁର ସରପଂଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ, ଚୁଡ଼ଙ୍ଗପୁର ସରପଞ୍ଚ ଜାଗିଲି ସେଠୀ ପ୍ରମୁଖ ଯୋଗଦେଇଥିଲେ।


