ବା°ଶରେ ନେତାଜୀ ଜୟନ୍ତୀ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବା°ଶ ଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବାଂଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କମିଟିର ଆବାହକ ସୁବାସ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମର ଛାତ୍ରଛାତ୍ରୀ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଆୟୋଜିତ ସଭାରେ ସନ୍ତୋଷ କୁମାର ପଣ୍ଡା, ବୈଜୟନ୍ତୀ ସ୍ଵାଇଁ, ଲିପିକା ଲେଙ୍କା, ଲିପିକା ଗୋଛାୟତ ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ସଂଘର୍ଷମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ। ଶାଶ୍ଵତିକା ମହାରଣା, ରୋଜାଲିନ ଦାସ, ମଧୁସ୍ମିତା ଦାସ, ବିଜୟ ଲକ୍ଷ୍ମୀ ମହାରଣା, ଦର୍ଶନ ସ୍ଵାଇଁ, ବିଶ୍ଵଜିତ ଦାସ, ଅନନ୍ୟା ମୁଦୁଲି, ପିଙ୍କି ବରାଳ ରାଜଶ୍ରୀ ବିଶ୍ଵାଳ, ବୈଶାଳୀ ବରାଳ, ଅଭିପ୍ସା ମୁଦୁଲି, ଅଙ୍କିତା ଦାସ, ଇତିଶ୍ରୀ ବିଶ୍ଵାଳ, ଆଦିତ୍ୟ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


