ଶିଶୁ ମନ୍ଦିର ରେ ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ର ଯୋଗେଶ୍ଵରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଆଜି ପବିତ୍ର ସରସ୍ଵତୀ ପୂଜା ଅବସରରେ ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ ପାଳିତ ହୋଇଥିଲା। ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ବିଚିତ୍ରାନନ୍ଦ ପାତ୍ର ଙ୍କ ସଭାପତିତ୍ବ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ପ୍ରମୋଦ କୁମାର ଦାଶ,ଉପ ସଭାପତି ଦାମୋଦର ମିଶ୍ର, ଯୁଗ୍ମ ସମ୍ପାଦକ ପ୍ରେମାନନ୍ଦ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୀବନ ରେ ମା ର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। କୋଷାଧକ୍ଷ ଅଶୋକ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଆଚାଯ୍ୟା ସ୍ମୃତିରେଖା ମିଶ୍ର ଓ ପ୍ରିୟମ୍ବଦା ଦାସ ଉକ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ। ପବିତ୍ର ଶ୍ରୀ ପଞ୍ଚମୀ ତିଥି ଅବସର ରେ ଶିଶୁ ବିଦ୍ୟାମନ୍ଦିର ସହିତ ନୟାହାଟ ଅଞ୍ଚଳ ର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇ ଥିଲା। ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଫଳ,ମୂଳ , ପୁଷ୍ପ ନେଇ ବିଦ୍ୟାଳୟ କୁ ଯାଇଥିଲେ। ସେଠାରେ ମା ସରସ୍ବତୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ସରସ୍ଵତୀ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


