କେନ୍ଦ୍ରାପଡାରେ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଶେଷ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଫକିରାବାଦ୍ର ଆଜାଦ କ୍ଲବ ଆନୁକୂଲ୍ୟରେ ଚଳିତମାସ ୧୫ରୁ ୧୮ତାରିଖ ପର୍ଯ୍ୟନ୍ତ ଏକ ସର୍ବଭାରତୀୟ ସ୍ତରୀୟ ୪ଦିନିଆ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟକେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନ୍ଙ୍କ ସଭାପତିତ୍ୱରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂପାଦକ ସେକ୍ ଲିଆକତ ଅଲ୍ଲୀ, ଉପସଭାପତି ମୀର ବକାଉଲ୍ଲା, କୋଷାଧ୍ୟକ୍ଷ ସେକ ସିରହାନ ଅଲ୍ଲୀ ଓ ସେକ୍ ଅମୀର, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ସେକ ସଫାତୁଲ୍ଲା, ମିର ଖୁବେର୍, ସମିଉଲ୍ଲା ଖାଁ, ସେକ ଅହେମ୍୍ଦ୍, ଟିକା ଖାଁ, ମହମ୍ମଦ ଜାକିର, ସେକ ଅଖତର, ତାଜୁଦ୍ଦିନ ଖାଁ, ମିର ଫାରୁକ, ରବୀନ୍ଦ୍ର ବେହେରା, ପ୍ରଦିପ କୁମାର ବେହେରା, ରାକେଶ ମହାପାତ୍ର, ଫୁରକାନ ଖାଁ, କଲିମ ଖାଁ, ମହମ୍ମଦ ଆୟାଜ୍, ମିର ୟାସିର, ନୁର ଖାଁ, ଅବଦୁଲ ମଜିଦ୍, ଅଜହରଉଦ୍ଦିନ ଖାଁ, ସଫିଉର ରହେମାନ୍, ଆସିଫ ଖାଁ, ସେକ ନାଜିର, ଲାଲାବାବୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ଏଫ୍ . ସି. ଧାନବାଦ୍, ଝାଡଖଣ୍ଡ ଓ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ଓ ଦ୍ୱିତୀୟ ମ୍ୟାଚ୍ କେନ୍ଦ୍ରାପଡାର ସୁରଜ କ୍ଲବ ଓ କଟକର ଜି.ଏସ. କମ୍ପାନୀ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଶୁକ୍ରବାର ଅନୁଷ୍ଠିତ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚଟି ବରଗଡର ୟୁନାଇଟେଡ ସ୍ପୋର୍ଟସ ଓ କଲିକତାର ହିନ୍ଦୁସ୍ତାନ ହିରୋ ଫୁଟବଲ ଏକାଡେମୀ ମଧ୍ୟରେ ଏବଂ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଝାଡଖଣ୍ଡର ସ୍ପୋଟିଂ କ୍ଲବ ଓ କଟକର ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହେବ । ସେହିଭଳି ଶନିବାର ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ବିଜୟୀ ଦଳକୁ ନଗଦ ୩୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବାକୁ ଥିବା ବେଳେ ରନର୍ସଅପ ଦଳକୁ ନଗଦ ୨୫ହଜାର ଟଙ୍କା ସହିତ ରନର୍ସଅପଟ୍ରଫି ପ୍ରଦାନ କରାଯିବ ବୋଲି ଆଜାଦ କ୍ଲବର ସଭାପତି ହିବଜୁର ରହେମାନ୍ ସୂଚନା ଦେଇଛନ୍ତି ।