ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟକ୍ରମ ରତ ଏନପିଏସ ଶିକ୍ଷକଙ୍କ ତିନିଗୋଟି ମୂଳ ଦାବୀ ସହ, ମଧ୍ୟାହ୍ନ ଭୋଜନର ମୂଲ୍ୟ ବୃଦ୍ଧି, ବିଦ୍ୟାଳୟ ଭିତିଭୂମି ମଜବୁତ କରିବା ଦାବୀ ନେଇ ଆଜି ଶିକ୍ଷକ ନିଜ ଦାବୀ ପୂରଣ ପାଇଁ ବାରମ୍ବାର ରାଜ ରାସ୍ତା କୁ ଓଲ୍ହାଇବା ଆଜି ସରକାର ଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି | ଆଜି କାଶୀନଗର ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ଏକ ବିରାଟ ପଟୁଆର ରେ ବାହାରି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚି ବିଭିନ୍ନ ନାରାବାଜି ଦେବା ସହ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି | ଏହା ପରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ,5t ଅଧ୍ୟକ୍ଷ, କମିଶନର, ଓ ମୁଖ୍ୟ ସ୍ରଚିବ ଙ୍କ ଉଧେଶ୍ୟ ରେ ଦାବୀ ପତ୍ର ଦିଆଯାଇଛି | ବ୍ଲକ ସମ୍ପାଦକ ଗଣେଶ ପାଣିଗ୍ରାହୀ, ଜିଲ୍ଲା ମିଡ଼ିଆ ସେଲ ର ଶ୍ରୀ କେ. ଲୋକନାଥ, ଜିଲ୍ଲା ଉପ ଦେଷ୍ଟା ବସନ୍ତ ମିଶ୍ର,ଚୁକା ଚିନା ରାଓ, କଣ୍ଟା ମଧୁ ଙ୍କ ନେତୃତ୍ୱ ରେ ଏହି ଦଳ ବି ଇ ଓ କାର୍ଯ୍ୟାଳୟ ରେ ପହଂଚି ଛନ୍ତି, ଆର. ମଧୁ କୁମାର, ଏମ ଶ୍ରୀନୁ,କୋଷାଧ୍ୟକ୍ଷ୍ୟ ମଧ୍ୟ ଏହି ପିଷ୍ଟା ଟିମ ରେ ସାମିଲ ହୋଇଛନ୍ତି | ଶହେ ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଆଜି ର ଏହି କାର୍ଯ୍ୟକ୍ରମ ରେ ନିଜ କୁ ସାମିଲ କରିଛନ୍ତି | ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ ଙ୍କୁ ଦାବିପତ୍ର ଦେଇଛନ୍ତି |