ଶାସଙ୍ଗ ଓ ହଦଗଡ଼ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ର ଛେନାପଦି ଛକ ମା ବିଶ୍ୱ ତାରିଣୀ ମନ୍ଦିର ନିକଟରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ବାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ପରିଷଦ ସୁକାନ୍ତି ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,ସମିତିସଭ୍ୟ ଜଗଦାନନ୍ଦ ଜେନା, ଯୁବ ସମାଜସେବୀ ଅଭିମନ୍ୟୁ ସେଠୀ, ଇଂ ରବିନ୍ଦ୍ର ସାହୁ, ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ଶାସଙ୍ଗ ପଞ୍ଚାୟତରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଗୁଡିକ ଉପରେ ପିଇଓ ଶରତ କୁମାର ବେଜ ସୂଚନା ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସରକାରଙ୍କ ସଫଳତା ପୁସ୍ତିକା ବଣ୍ଟନ କରାଯାଇଥିଲା। ପାଲା ମାଧ୍ୟମରେ ସଚେତନ କରାଯାଇଥିଲା। ଏଥିରେ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ। ସୁଧାଂଶୁ ବିଶ୍ୱାଳ, ବସନ୍ତ ବେହେରା, ସୁଦର୍ଶନ ସା, ବାରିଜ ସ୍ୱାଇଁ, ଅମର ସା, ଆକାଶ ସା, ରଞ୍ଜନ ସା, ତପନ ବିଶ୍ୱାଳ, ସୁବୋଧ ଆଇଚ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ହଦଗଡ଼ ଠାରେ ସରପଞ୍ଚ ନିରୂପମା ନନ୍ଦିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସମିତି ସଭ୍ୟା ସୁନିଆ ହାଁସଦା , ଯୁବ ସମାଜସେବି ଅଭିମନ୍ୟୁ ସେଠୀ, ମଦନ ମୋହନ ନନ୍ଦି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ହଦଗଡ଼ ପଞ୍ଚାୟତରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଗୁଡିକ ଉପରେ ପିଇଓ ଉମାକାନ୍ତ ସା, ସୂଚନା ଦେଇଥିଲେ। ଜିଆର ଏସ ଗୋଲେଖ ନାୟକ, ଅଞ୍ଜନା ନାୟକ, ରଜନୀ ନାଇକ, ଅଭୀମନ୍ୟୁ ନାଇକ , ଗୋପବନ୍ଧୁ ନାଇକ, ରଣେନ୍ଦ୍ର ନନ୍ଦି, ତରଣୀକାନ୍ତ ନାଇକ, ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସରକାର ଙ୍କ ଯୋଜନାର ସଫଳତା ପୁସ୍ତିକା ବଣ୍ଟନ କରାଯାଇଥିଲା। ପାଲା ପରିବେଷଣ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିରେ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ।