ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଧାରଣା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ
ବାଲେଶ୍ୱର, (ସରୋଜ ପଣ୍ଡା):ଗ୍ରାମ୍ୟ କୃଷି କର୍ମଚାରୀଙ୍କ କ୍ୟାଡରର ପୁନଃ ଗଠନ ଓ ଅନ୍ୟାନ୍ୟ ଦାବି ନେଇ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି ! ଏନେଇ ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ! ଦାବିପତ୍ରରେ ଗ୍ରାମ୍ୟ କୃଷି କର୍ମଚାରୀ ବା ଭିଲେଜ ଏଗ୍ରିକଲଚର ୱାରକର ପଦବୀରେ ନାମ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ରଖାଯିବ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ପରିବର୍ତ୍ତେ ଯୁକ୍ତ ତିନି ବିଜ୍ଞାନ କରିବା, ଗ୍ରେଡ ପେ ଦୁଇ ହଜାରରୁ ବୟାଳିଶି ଶହ ଟଙ୍କାକୁ ଉନ୍ନତି କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ସର୍ବନିମ୍ନ ତିନିରୁ ଚାରୋଟି ପଦୋନ୍ନତି, ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଚୁକ୍ତିଭିତ୍ତିକ ବ୍ୟବସ୍ଥାର ବିଲୋପ ପରେ ୨୦୧୩ ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କର ୬ ବର୍ଷକୁ ମୂଳ ଚାକିରୀ ରେ ଗଣନା କରିବା ଇତ୍ୟାଦି ସାତ ଦଫା ଦାବି ଉପସ୍ଥାପନ କରାଯାଇଛି! ଏହି ଧାରଣାଟି ୦୮/୦୨/୨୪ ରୁ ୧୨/୦୨/୨୪ ପର୍ଯ୍ୟନ୍ତ ଡିଜିଟାଲ ଧାରଣାରେ ଥିଲା, ତାପରେ ଏହା ୧୩/୦୨/୨୪ ରୁ ୧୯/୦୨/ ୨୪ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ, କିନ୍ତୁ ଏଠାରେ ତାଙ୍କର ଦାବି ପୂରଣ ନହେବାରୁ ଆସନ୍ତା କାଲି ତା ୨୦/୦୨/୨୪ରିଖ ପାଖରୁ ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ରେ ବସିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି, ଏହି ଧାରଣାରେ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସଭାପତି ରାଜେଶ ଦାସ, ସମ୍ପାଦକ ଜ୍ୟୋତି ପ୍ରକାଶ ବେହେରା, ରାଜ୍ୟ ସଂଯୋଜକ ଉଦୟ ନାଥ ଖଟୁଆ, ଜିଲ୍ଲା ସଂଯୋଜକ ବିଶ୍ଵନାଥ ଓଝା, କୋଷାଧ୍ୟକ୍ଷ ଦିଲ୍ଲୀପ ସାହୁ, ଅବଦୁଲ ରାଜନ୍, ହରେକୃଷ୍ଣ ରଣା, ଆଶ୍ରିତା ପାଣିଗ୍ରାହୀ ପ୍ରମୁଖ ଜିଲ୍ଲାର ସବୁ ବ୍ଳକର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଉପସ୍ଥିତ ରହି ଉକ୍ତ ଧର୍ମଘଟ କୁ ଆଗେଇ ନେଇଥିଲେ।