କାଶୀନଗର ଏନଏସିରେ ଦୋକାନ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଏନଏସି ପ୍ରଶାସନ ଦ୍ୱାରା ଫୋରେଷ୍ଟ ଛକ ଠାରେ ନିର୍ମାଣ ସାରିଥିବା କୃଷ୍ଣ ଚନ୍ଦ୍ର ଗଜପତି ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ୧୬ ଗୋଟି ରୁମ ବଣ୍ଟନ ରେ ଅବ୍ୟବସ୍ଥା ହୋଇଥିବା ସୂଚନା ହସ୍ତଗତ ହୋଇଛି. ନଭେମ୍ବର ୨୦୨୦ ମସିହା ରେ କାଶୀନଗର ଫୋରେଷ୍ଟ ଛକ ପଟେଲ ରୋଡ ପାର୍ଶ୍ୱ ରେ ଥିବା କାଠ କେବିନ ମଲିକ ମାନେ ଏକଜୁଟ ହୋଇ ଏକ ହରିପୁର ମା କେବିନ ସଙ୍ଘ ଆନନ୍ଦ ପାତ୍ର ସଭାପତିତ୍ୱ ରେ ଗଠନ କରି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ସ୍ଥାୟୀ ଦୋକାନ ଗୃହ ନିର୍ମାଣ କରି ଯୋଗାଇ ଦେବା ପାଇଁ ଯୋଗାଯୋଗ କରିଥିଲେ.ସେତେବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡ଼ାକି ଯେଉଁ କାଠ କେବିନ ମଲିକ ମାନେ ସ୍ଥାନ ଖାଲି କରି ଛନ୍ତି ଦୋକାନ ଗୃହ ବଣ୍ଟନ ବେଳେ ସେମାନଂକୁ ପ୍ରଥମେ ପ୍ରାଥମିକତା ଦିଆଯିବ ବୋଲି ସମସ୍ତେ କେବିନ ମଲିକ ମାନଙ୍କୁ ଏକ ଏକ ଚିଠା ମଧ୍ୟ ଦେଇଥିଲେ. କିନ୍ତୁ ପରିତାପର ବିଷୟ ଯେ ବିସ୍ଥାପିତଙ୍କୁ ଉପେକ୍ଷା କରି ଅନ୍ୟ ଲୋକମାନଙ୍କୁ ଦୋକାନ ଗୃହ ବଣ୍ଟନ କରିବେ ବୋଲି ସୂଚନା ମିଳିଛି. କିଛି ବିସ୍ଥାପିତ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ବିସ୍ଥାପିତ ମାନଙ୍କୁ କମ୍ପ୍ଲେକ୍ସ ର ଉପରେ ନୂତନ ଭାବେ ଗୃହ ନିର୍ମାଣ କରି ଦେବେ କିନ୍ତୁ ତଳ ଦୋକାନ ଗୃହ ପିସ୍ଥାପିତ ଙ୍କ ନେବାକୁ ଅଧିକାର ଥିଲେ ମଧ୍ୟ ନୂତନ ବ୍ୟକ୍ତି ଙ୍କୁ କିପରି ଦିଆ ଯାଉଛି ବୋଲି ବିସ୍ଥାପିତ ମାନେ ପ୍ରଶ୍ନ କରିଥିଲେ. ଜିଲ୍ଲାପାଳ ମହୋଦୟ ସଠିକ ଯାଞ୍ଚ କରି ଦୋକାନ ଗୃହ ବଣ୍ଟନ ବିସ୍ଥାପିତ ମାନଙ୍କୁ ପ୍ରଦାନ କରି ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନ ଦିଅନ୍ତୁ ଓ ଏହି ବଣ୍ଟନ ପ୍ରକ୍ରିୟା ନିମନ୍ତେ କୌଣସି ବିଜ୍ଞାପନ ଦିଆ ଯାଇ ନ ଥିବା ବେଳେ ଆବଣ୍ଟନ ବେଳେ ବିସ୍ଥାପିତ ଙ୍କୁ କୌଣସି ସଂରକ୍ଷଣ ବ୍ୟବସ୍ତା ନ ଥିବା ରୁ ବିସ୍ଥାପିତ ମାନେ କ୍ଷୋଭ ପ୍ରକାଶ କରୁଛନ୍ତି


