ଆଭାସୀରେ ଗାଇବା ଫାଣ୍ଡି ଗୃହ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ଗାଇବାରେ ନବନିର୍ମିତ ପୁଲିସ ଫାଣ୍ଡି ଗୃହକୁ ଆଭାସୀରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ଏହାର ସିଧା ପ୍ରସାରଣ କରାଯାଇଥିଲା ଏବଂ ଏ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥ୍‌ ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ କୁମାର, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଜି. ତିରୁପତି ରାଓ, ଜିଲ୍ଲା ପରିଷଦର ମୁଖ୍ୟନିର୍ବାହୀ ଅଧୂକାରୀ ଡ. ଗୁଣନିଧୂ ନାୟକ, ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର ଯୋଗ ଦେଇଥିଲେ I ଆଦିବାସୀ ଅଧ୍ଯୁଷିତ ତଥା ଉପାନ୍ତ ଅଞ୍ଚଳରେ ଫାଣ୍ଡି ସ୍ଥାପନ ହୋଇଥିବାରୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଛି। ଏହି ଫାଣ୍ଡି ଦ୍ବାରା ଗୁମ୍ମା ବ୍ଲକର ବହୁ ପଞ୍ଚାୟତବାସୀ ଉପକୃତ ହେବେ। କାର୍ଯ୍ୟକ୍ରମରେ ଗଜପତି ପୁଲିସର ପଦାଧୂକାରୀ ଓ ବିଭିନ୍ନ ଥାନାର ଅଧିକାରୀ, ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧ୍ ଉପସ୍ଥିତଥିଲେ | କାର୍ଯ୍ୟକ୍ରମକୁ ମକୁ ସେରଙ୍ଗ ଥାନା ଅଧୂକାରୀ ନଳିନୀ କୁମାରୀ କହଁର ପରିଚାଳନା ରିଚାଳନାରେ ସ‌ହଯୋଗ କରିଥିବା ବେଳେ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ