ମାସ ଟିଏ ବି ଗଲାନି ୫-ଟି କାର୍ଯ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବାଞ୍ଛାନିଧି ସଂସ୍କୃତ ବିଦ୍ୟାଳୟ କଇଥଗଡିଆର ମାସେ ତଳେ ନିର୍ମାଣ ସରିଥିବା ଶ୍ରେଣୀଗୃହର କର୍କଟ ଛାତ ଉଡ଼ିଯାଇଛି। ପୁରୁଣା ଘରକୁ ମରାମତି କରାଯାଇ ଟିଣ କର୍କଟ ବିଛା ଯାଇଥିଲା। କିନ୍ତୁ ଗତକାଲି ଦିନ ଅଢେଇଟା ସମୟରେ ପ୍ରବଳ ବେଗରେ ପବନ ବହିବାରୁ ଘରର କର୍କଟ ଛାତ ଉଡିଯାଇ ଦେଢ଼ କିଲୋମିଟର ଦୂରରେ ପଡିଥିଲା। ଏହି ବିଦ୍ୟାଳୟର ଛାତ୍ରାବାସରେ ୫୦ରୁ ଉର୍ଦ୍ଧ୍ଵ ଛାତ୍ର ରହୁଥିବା ବେଳେ ଏକ ବଡ ଦୁର୍ଘଟଣା ରୁ ସେମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ପାଇ ହାଟଡ଼ିହି ବ୍ଲକ ର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ପୁନର୍ବାର କିପରି ଏହି ଘରକୁ ନିର୍ମାଣ କରାଯାଇ ଶିକ୍ଷାଦାନ ବ୍ୟବସ୍ଥା କରାଯିବ ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଏହି ବିଦ୍ୟାଳୟରେ ଯେଉଁ ୫-ଟି କାମ ହୋଇଥିଲା ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏପରି ଅଘଟଣ ଘଟିଲା ବୋଲି ଅଭିଯୋଗ କରିଛନ୍ତି। ୩୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ଏଠାରେ ନିର୍ମାଣ ସମୟରେ ଯନ୍ତ୍ରୀ ମାନଙ୍କ ଉପଯୁକ୍ତ ତଦାରଖ ହେଉନଥିବାରୁ ୫-ଟି ରେ ହେଉଥିବା କାର୍ଯ୍ୟ ନିମ୍ନ ମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫେବୃୟାରୀ ମାସରେ କାମ ସରିଥିବା ବେଳେ ମାସ ଟିଏବି ଯାଇନି ଘରଟିର ଅବସ୍ଥା ବେହାଲ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ