୫୩ ବର୍ଷ ତଳେ ସାଂସଦ ହୋଇଥିଲେ କଂଗ୍ରେସରୁ କୁମର ମାଝୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସାଧାରଣ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଘୋଷଣା ହେବାକୁ ଥିବାବେଳେ ଏବେ ଗାଁ ଠାରୁ ସହର ସବୁଆଡେ ନିର୍ବାଚନୀ ମାହୋଲ ଜମିଲାଣି l ବିଶେଷ କରି ଓଡିଶାରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ଦ୍ଵନ୍ଦ ଲାଗିରହି ଥିବାବେଳେ କାହାକୁ କେଉଁ ଆସନ ମିଳିଵ କିଏ ଟିକଟ ପାଇବ ଏହି ଚର୍ଚ୍ଚା ଏବେ ଜୋର ଧରିଛି l ମେଣ୍ଟ ଯେଉଁ ଦଳକୁ ମିଳୁ କେନ୍ଦୁଝର ଲୋକସଭା ପାଇଁ ଜଣେ ଆନନ୍ଦପୁର ଉପଖଣ୍ଡର ବ୍ୟକ୍ତିଙ୍କୁ ସୁଯୋଗ ଦେବାକୁ ଏବେ ସବୁଆଡେ ମତ ପ୍ରକାଶ ପାଇଛି lକେନ୍ଦୁଝର ଲୋକସଭା ସଦସ୍ୟ ତାଲିକାକୁ ଲକ୍ଷ୍ୟ କଲେ ୧୯୭୧ରେ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଳକ ପୁରୁଣାପାଣି ଗ୍ରାମର କୁମର ମାଝୀ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ l ଏହାପରେ ୧୯୭୭ ରେ ଗୋବିନ୍ଦ ମୁଣ୍ଡା ଜନତା ପାର୍ଟି ରୁ ଲୋକସଭା କୁ ନିର୍ବାଚିତ ହୋଇଥିଲେ ୧୯୮୦ ଓ ୧୯୮୪ରେ ହରିହର ସୋରେନ କଂଗ୍ରେସ ରୁ ନିର୍ବାଚିତ ହୋଇଥିଲେl ୧୯୮୯ ଓ ୧୯୯୧ରେ ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଜନତା ଦଳରୁ, ୧୯୯୬ ରେ କଂଗ୍ରେସରୁ ମାଧବ ସର୍ଦାର, ୧୯୯୮ରେ ଭାରତୀୟ ଜନତା ପାର୍ଟିରୁ ଉପେନ୍ଦ୍ର ନାଥ ନାୟକ, ୧୯୯୯ ଓ ୨୦୦୪ରେ ଅନନ୍ତ ନାୟକ ଭାରତୀୟ ଜନତା ପାର୍ଟିରୁ, ୨୦୦୯ ରେ ଯଶବନ୍ତ ସିଂ ଲାଗୁରି ବିଜୁ ଜନତା ଦଳ ରୁ ୨୦୧୪ ରେ ଶକୁନ୍ତଳା ଲାଗୁରି ବିଜୁ ଜନତା ଦଳ ରୁ ୨୦୧୯ ରେ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ବିଜୁ ଜନତା ଦଳରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ l ୧୯୭୧ ପରଠାରୁ ଆନନ୍ଦପୁର ଉପଖଣ୍ଡରୁ କେହି ଲୋକସଭାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇନାହାନ୍ତି l ଫଳରେ ଉପଖଣ୍ଡର କୌଣସି ସମସ୍ୟା ପାର୍ଲ୍ୟାମେଣ୍ଟରେ ଉପସ୍ଥାପନ ହୋଇପାରୁନାହିଁ l ଏପରିକି ଦୀର୍ଘ ୧୫ବର୍ଷ ହେଲା ଆନନ୍ଦପୁର ଉପଖଣ୍ଡକୁ ରେଳପଥ ସଂଯୋଗ ପାଇଁ ଦାବି ହେଉଥିଲେ ମଧ୍ୟ ଏହି ସମସ୍ୟା ଦିଲ୍ଲୀ ଦରବାରରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି l ୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ଆନନ୍ଦପୁର ଅଞ୍ଚଳରେ ଶୋଚନୀୟ ହୋଇଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ l କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସବୁ ସମୟରେ ଅବହେଳା ପ୍ରଦର୍ଶନ କରାଯାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ମଧ୍ୟ ହେଉଛି l ଆନନ୍ଦପୁର, ହାଟଡ଼ିହି କିମ୍ବା ଘସିପୁରା ବ୍ଲକରୁ ଜଣେ ଜଣେ ଭଲ ବ୍ୟକ୍ତଙ୍କୁ ପ୍ରାର୍ଥୀ କରାଯିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ