ଶ୍ରୀଲଙ୍କାରେ ଗୋଟିପୁଅ ନୃତ୍ୟରେ ସାରା ଦେଶରୁ ଓଡ଼ିଆ ଝିଅ ପ୍ରିୟାଂଶୀ ଜେନା ପ୍ରଥମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟଧାମ କଳା ସମିତି ଭିଲାଇ ଦ୍ୱାରା ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଦେଶ ରାଗ ଭାରତ ସଂସ୍କୃତି ଯାତ୍ରା ଗ୍ଲୋବାଲ ଫେଷ୍ଟିଭାଲ ଅଫ ଇଣ୍ଡିଆନ ଆର୍ଟ ଆଣ୍ଡ କଲ୍‌ଚରର ୧୯ତମ ଅଡ଼ିଶନ ଶ୍ରୀଲଙ୍କା ୨୦୨୪ ପ୍ରତିଯୋଗିତାରେ ସାରା ଭାରତରୁ ୨୪୦ଜଣିଆ ପ୍ରତିଯୋଗୀ ଦଳଗତ ଭାବେ ଭାଗ ନେଇଥିଲେ । ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରାଙ୍କନ ଇତ୍ୟାଦି ସମସ୍ତ ପ୍ରତିଯୋଗିତାରେ ଲାସ୍ୟକଳା ଡ୍ୟାନ୍ସ ଏକାଡ଼େମୀର ଛାତ୍ରୀ ଓଡ଼ିଆ ଝିଅ ପ୍ରିୟାଂଶୀ ଜେନା ଭାଗ ନେଇଥିଲେ । ନୃତ୍ୟୁଗୁରୁ ଶାଶ୍ୱତ ଯୋଶୀ, ଗୁରୁ ଆଶୀଷ ନାୟକ, ସାଗରିକା ମହାନ୍ତି, ସେନାଲି ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ର୍ରିୟାଂଶୀ ଜେନା ନିଜ ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଥିବା ଗୋଟିପୁଅ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରି ସାରା ବିଶ୍ୱରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଏଥିସହିତ ପ୍ରିୟାଂଶୀ ଅନ୍ତର୍ଜାତୀୟ ସ୍କଲାରସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତମାସ ଏପ୍ରିଲ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାଲାଂଦେଶର ରାଜଧାନୀ ଢାକା ପ୍ରତିଯୋଗିତାରେ ପ୍ରିୟାଂଶୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ସେଥିପାଇଁ ପ୍ରିୟାଂଶୀ ନିଜର ପିତାମାତା, ଗୁରୁ ଓ ଗୁରୁମା ଏବଂ ଓଡ଼ିଶାର ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ