ରୋଜାଲିନ ଦାବି କଲେ ବିଜେଡ଼ି ଟିକେଟ

ନିମାପଡ଼ା, (ସନ୍ତୋଷ ଦାଶ):ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ ନିମାପଡ଼ା ବିଧାନସଭା ନିର୍ବାଚନ ପାଈଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଦଳ ପୁଣି ଥରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଙ୍କୁ ଟିକେଟ ଦେଉଛି କି ନୂଆଁ ମୁହଁ କୁ ପ୍ରାର୍ଥୀ କରିବ ସେ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବାବେଳେ ସମାଜସେବୀ ରୋଜାଲିନ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ବିଜେଡ଼ି ଟିକେଟ ଦାବି କରିଛନ୍ତି। ଯାହା ଏବେ ସମଗ୍ର ନିମାପଡ଼ା ନିର୍ବାଚନମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ସେ ବିଜେଡିରୁ ଲଢ଼ିବା ପାଇଁ ଆଶାୟୀ ଥିବା ଗଣମାଧ୍ୟମରେ ଖୋଲାଖୋଲି ଭାବେ କହିଛନ୍ତି। ଏଥିସହ ସମୀରଙ୍କ ନାଁ ନନେଇ ଖୋଲିଛନ୍ତି ତାଙ୍କର ଗୋଟିଏ ପରେ ଗୋଟିଏ ପେଡ଼ି। ଯାହା ସମୀରଙ୍କ ପ୍ରାର୍ଥୀ ହେବା ରାସ୍ତାର କଣ୍ଟା ବୋଲି ଆଲୋଚନା ହେଉଛି। ସେପଟେ ରାଜ୍ୟରେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନିମାପଡ଼ା ପାଇଁ କାହିଁକି ହେଉନି ? ଯାହାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏପରି ସ୍ଥିତିରେ ରୋଜାଲିନ୍‌ଙ୍କ ବାଣ ଏବେ ସମୀରଙ୍କ ନିଦ ହଜାଇ ଦେଇଛି।୨୦୦୯ ପ୍ରଥମ ଥର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସମୀର ରଞ୍ଜନ ଦାଶ। ତା’ ପରେ ସେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଆସିଥିଲେ ସମୀର। ଏଥର ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ନାଁ ଘୋଷଣା ହେଉନାହିଁ। ସମୀର ପ୍ରାର୍ଥୀ ହେବେ ନା ଆଉ କିଏ ହେବେ, ତାହା ସ୍ପଷ୍ଟ କରୁନି ବିଜେଡି। ଯେଉଁଥିପାଇଁ ସମୀରଙ୍କ ସମର୍ଥକଙ୍କ ଭିତରେ ଭାଳେଣି ପଡ଼ିଯାଇଛି। ସମାଜସେବୀ ରୋଜାଲିନ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ,ନବୀନ ପଟ୍ଟନାୟକଙ୍କୁ ମୋ ଛୁଆ ବେଳୁ ଦେଖି ଆସୁଛି। ମୁଁ ତାଙ୍କ ସହିତ ବହୁ ଜଡିତ। ମୁଁ ତାଙ୍କୁ ମୋ ଫାଦର ଫିଗର ବୋଲି ମନେ କରେ। ସିଏ ଓଡ଼ିଶା ପାଇଁ ବହୁ କିଛି କରିଛନ୍ତି। ନବୀନ ପଟ୍ଟନାୟକ ମହିଳାଙ୍କୁ ବହୁ ଆଗକୁ ନେଇଛନ୍ତି। ମହିଳାମାନେ ଆଜି ରୋଜଗାର କରି ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି। ସେମାନେ ଆଉ କାହା ଉପରେ ନିର୍ଭର କରୁନାହାନ୍ତି ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ ,ମୁଁ ଉଚ୍ଚ ଶିକ୍ଷିତା ହୋଇଥିବାରୁ ମୋତେ ଯବି ବିଜେଡି ସୁଯୋଗ ଦିଏ ବା ନବୀନ ପଟ୍ଟନାୟକ ମୋ ମୁଣ୍ଡ ଉପରେ ହାତ ରଖନ୍ତି, ତାହାହେଲେ ନିମାପଡ଼ାର ବହୁ ଉନ୍ନତିମୂଳକ କାମ କରିବି। କାରଣ ମୁଁ ନିମାପଡ଼ାବାସୀଙ୍କ ସହିତ ଜଡ଼ିତ ରହିଛି। ନିମାପଡ଼ାରେ ଏମିତି କିଛି ଗାଁ ରହିଛି, ଯେଉଁଠି ରାସ୍ତା ନାହିଁ। ଧନୁଆ ନଦୀ ପାଖରେ ଲୋକମାନେ ରିଲିଫ୍‌ ପାଇଁ ଅପେକ୍ଷା କରୁଛନ୍ତି। କୁପୋଷଣରେ ଲୋକ ମାନେ ରହୁଛନ୍ତି। ଲୋକଙ୍କ ରହିବା ପାଇଁ ଘର ନାହିଁ। ଲୋକମାନେ ଜରି ପାଲ ବାନ୍ଧି ରହୁଛନ୍ତି। ସେମାନଙ୍କ ପାଖରେ ଦୁଇ ଓଳି ଖାଇବା ପହଞ୍ଚି ପାରୁନାହିଁ। ମୁଁ ଯଦି ଏଠାରୁ ପ୍ରାର୍ଥୀ ହୁଏ ବା ବିଜେଡି ମୋତେ ସୁଯୋଗ ଦିଏ ତାହାହେଲେ ନିଶ୍ଚିତ ବିଜୟୀ ହେବି। ବିକାଶର ଉଦାହରଣ ସୃଷ୍ଟି କରିବି ବୋଲି ରୋଜାଲିନ୍‌ କହିଛନ୍ତି।ସମୀରଙ୍କ ନାଁ ନନେଇ ତୀର ମାରିଛନ୍ତି ରୋଜାଲିନ୍‌। ସେ କହିଛନ୍ତି ୧୫ ବର୍ଷ ହେଲା ବିଜେଡି ଜିତୁଛି। ହେଲେ ସେହି ହିସାବରେ ବିକାଶ କାର୍ଯ୍ୟ ହେଉନାହିଁ। ମୁଁ ଚାହୁଁଛି ଏଥର ପ୍ରାର୍ଥୀ ହୋଇ ବିଜୟ ଲାଭ କରିବି। ନିମାପଡ଼ାର ଉନ୍ନତିମୂଳକ କାର୍ଯ୍ୟକୁ ଆଗକୁ ନେବି। ନିମାପଡ଼ା ବାସୀ ଚାହୁଁଛନ୍ତି ପରିବର୍ତ୍ତନ ବୋଲି ରୋଜାଲିନ୍‌ କହିଛନ୍ତି। ତାଙ୍କୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆଁନ ଙ୍କୁ ଅନୁରୋଧ କରିଛନ୍ତି।ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ