ବୁଲେଟ୍ ପ୍ରୁଫ୍ ସ୍ଲିପିଂ ବ୍ୟାଗ୍
ଜଣେ ଆମେରିକୀୟ ବୁଲେଟ୍ ପ୍ରୁଫ୍ ସ୍ଲିପିଂ ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ଏମିତିକି ଏହି ବ୍ୟାଗ୍କୁ ଝଡ଼ବାତ୍ୟା ବି କିଛି କରିପାରିବ ନାହିଁ ବୋଲି ଦାବି କରନ୍ତି ଏହାର ଉଦ୍ଭାବକ ଷ୍ଟିଭନ୍ ଆଣ୍ଡରସନ୍ । କୁହାଯାଏ ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ । ଆଉ ଏଭଳି ଏକ ପରିସ୍ଥିତି ହିଁ ତାଙ୍କ ମୁଣ୍ଡକୁ ଏମିତି ଆଇଡ଼ିଆ ଜୁଟେଇଛି । ୨୦୧୧ରେ ସେ ନିଜ ପତ୍ନୀ ଓ ଚାରି ବର୍ଷର ପୁଅ ସହ ଭୟଙ୍କର ତୋଫାନରେ ଫଶିଯାଇଥିଲେ । ପବନରୁ ରକ୍ଷା ପାଇବା ପାଇଁ ତାଙ୍କ ପାଖରେ କୌଣସି ସୁରକ୍ଷିତ ସ୍ଥାନ ନଥିଲା । ଏହାପରେ ପରେ ସେ ଏମିତି ଏକ ସୁରକ୍ଷିତ ବ୍ୟାଗ୍ କଥା ଚିନ୍ତା କଲେ ଯାହାକି ସଙ୍କଟ ବେଳେ ତାଙ୍କୁ ରକ୍ଷା କରିପାରିବ । ତା’ପରେ ସେ ପ୍ରସ୍ତୁତ କଲେ ବୁଲେଟ୍ ପ୍ରୁଫ୍ ସ୍ଲିପିଂ ବ୍ୟାଗ୍ । ଖରାପରୁ ଅତି ଖରାପ ପାଣିପାଗରେ ଏହା ତାଙ୍କୁ ସୁରକ୍ଷା ଦେଇଥାଏ । ଘଣ୍ଟା ପ୍ରତି ଦୁଇଶହ କିଲୋମିଟର ବେଗରେ ପବନ ବହିଲେ ବି ଏ ବ୍ୟାଗ୍ ଜୀବନ ରକ୍ଷା କରିପାରିବ ବୋଲି ସେ ଦାବି କରନ୍ତି । ବାଲିଷ୍ଟିକ୍ ଓ ରିପରଷ୍ଟପ୍ ନାଇଲନ୍ରେ ଏହା ପ୍ରସ୍ତୁତ ହୋଇଛି । ତେବେ ଏହା କିଭଳି ଶସ୍ତାରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ସେନେଇ ଗବେଷଣା ଆରମ୍ଭ କରିଦେଇଛନ୍ତି ଆଣ୍ଡରସନ୍ ।


