ବସ୍ତା ନିର୍ବାଚନ ମଣ୍ଡଳୀ ରେ ଶ୍ରୀକାନ୍ତ ଜେନା ଓ ବିଜନ ନାୟକ ଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ବୁଧୁବାର ଅପରାହ୍ନ ୬ ଘଟିକା ସମୟରେ ବସ୍ତା ଗାନ୍ଧୀ ଛକ ଠାରେ ଜାତୀୟ କଂଗ୍ରେସ ର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ,ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି,ପିସିସି ମୁଖପାତ୍ର ସୁଦର୍ଶନ ଦାସ,ଜଳେଶ୍ବର ର ପୂର୍ବତ୍ତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ,ବସ୍ତା ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା,ବାଲିଆପାଳ ବ୍ଲକ ସଭାପତି ସୁରେଶ ଚନ୍ଦ୍ର ସେନାପତି,ଜିଲ୍ଲା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିକାଶ କୁମାର ଦାସ ଓ ବସ୍ତା ବାଲିଆପାଳ ର ଶତାଧିକ କର୍ମୀ ଙ୍କ ଉପସ୍ଥିତି ରେ ଜାତିର ପିତା ବାପୁ ଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ବସ୍ତା ନିବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଥିଲେ।ଏହି ଦୁଇ ପ୍ରାର୍ଥୀ ଗାନ୍ଧିଛକ ଠାରୁ ଏହି ଶତାଧିକ କର୍ମୀ ଙ୍କ ଗହଣରେ ଯାଇ ବାଲିଆପାଳ ବସ ଷ୍ଟାଣ୍ଡ ରେ ପହଞ୍ଚି ଏକ ସାଧାରଣ ସଭାରେ ଭାଗ ନେଇଥିଲେ।ଗାନ୍ଧୀ ଛକ ରୁ ବାଲିଆପାଳ ଯିବା ରାସ୍ତାରେ ଦରଡ଼ା,ମୁକୁଳୁଷି,ଜାମୁଶୁଳି,ନାବରା ଛକ ରେ ବହୁସଂଖ୍ୟକ କଂଗ୍ରେସ କର୍ମୀ ତଥା ଜନସାଧାରଣ ମାନେ ଶ୍ରୀ ଜେନା ଓ ଶ୍ରୀ ନାୟକଙ୍କୁ ସ୍ୱାଗତ କରିଥିଲେ।ଶେଷରେ ରେମୁ ଛକ ରୁ ଏକ ବିଶାଳ ୫୦୦୦ ରୁ ଉର୍ଦ୍ଧ ମଟର ସାଇକେଲ ଶୋଭାଯାତ୍ରାରେ ବାଲିଆ ପାଳ ବସ ଷ୍ଟାଣ୍ଡ ରେ ସଭାସ୍ଥଳରେ ପହଞ୍ଚି ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଜେନାଙ୍କ ପ୍ରତିନିଧି ଅକ୍ଷୟ ମଲ୍ଲିକ,ଜିଲ୍ଲା ମୁକପାତ୍ର ସୁଧାଂଶୁ ଜେନା ,କିଷାନ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ ଜେନା,ଜିଲ୍ଲା କିଷାନ କଂଗ୍ରେସ ସଭାପତି ଜୟନ୍ତ ମହାପାତ୍ର,ଜଳେଶ୍ବର ବ୍ଲକ ସଭାପତି ରାଜୀବ ପରିଡା,ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେଉରୀ,ଶ୍ରମିକ ନେତା ରବୀନ୍ଦ୍ର କୁମାର ଦାସ,ଅରୁଣ ମଣ୍ଡଳ,ଜିଲ୍ଲା ସାଧାରଣ ସମ୍ପାଦକ ନିସିତ ବାରିକ,କିଶୋର ପାଳ,ଅନୀଲ ମହାପାତ୍ର,ସରପଞ୍ଚ ଅମିତ ବିଶ୍ୱାଳ,ସୁଦର୍ଶନ ଜେନା,ସଞ୍ଜୀବ ମୋହାନ୍ତି,ଡ୍ର.ନଗେନ୍ଦ୍ର ସିଂ,ସୁମନ୍ତ ରାଉତ,ସୁକାନ୍ତି ଭକ୍ତା,ରଂଜିତା ପରିଡା,ପ୍ରଶାନ୍ତ ରାଉତ,ବିଜୟ କର,ବିକର୍ତ୍ତନ ଜେନା,ଉମାକାନ୍ତ ମୋହାନ୍ତି,ବସ୍ତା ଛାତ୍ର କଂଗ୍ରେସ ସଭାପତି ଅଭିନାଶ ନାୟକ,ଜଗଦୀଶ ସାହୁ,ମଦନ ଭକ୍ତା,ମଦନ ଜେନା ,ଜଗନ୍ନାଥ ବିଶ୍ୱାଳ,ସରପଞ୍ଚ ବେଣୁଧର ରଞ୍ଜିତ ପ୍ରମୁଖ ଏଥିରେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ