ଗୋଷାଣି ବ୍ଲକରେ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧସ୍ଥିତ ଶ୍ରୀଭେଙ୍କେଟେଶ୍ଵର ଉଚ୍ଚ ବିଦ୍ୟାଳୟର ୧୯ ୯୨- ୯୩ ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବି. ତିରୁମଲା ରାଓ ପଟ୍ଟନାୟକଙ୍କ ସଭାପତିତ୍ବ କରିଥିଲେ I ପୁରାତନ ଛାତ୍ର ସଂସଦ ସଭାପତି ସିଏଚ୍. ପ୍ରସାଦ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର, ମାଧବ ପାତ୍ର, ଅଭୀମାରା ଜୁ, ପଞ୍ଚୁ ବେହେରା, ଲକ୍ଷ୍ମଣ ସାହୁ ଓ ଉପଲଡା ସ୍ଥିତ ଟିଏମ୍ ହାଇସ୍କୁଲର ସହ ଆର୍. ସହକାରୀ ଶିକ୍ଷକ ପି. ବୃନ୍ଦାବନ ମଞ୍ଚାସୀନ ଥିଲେ | ପ୍ରାୟ ୬୦ରୁ ଊର୍ଦ୍ଧ୍ବ ପୁରାତନ ଛା ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ | ଗୁରବନ୍ଦନା, ଗୁରୁ ପାଦପୂଜନ, ବନ୍ଦାପନା କର ପୂଜନ, ବନ୍ଦାପନା କରାଯାଇ ଗୁରୁଜନଙ୍କୁ ପାଛୋଟି ନିଆଯାଇଥିଲା।ଆୟୋଜିତ ସଭାରେ ସେତେବେଳର ପାଠପ ଠପଢ଼ା ଶୈଳୀ, ବିଦ୍ୟାଳୟ କକ୍ଷ, ସାଙ୍ଗ ସାଥୀ ହୋଇ ମେଳି ବାନ୍ଧି ବୁଲିବା, ବଜାର ଦର, ଗୁରୁମାନଙ୍କ ଛାତ୍ରବତ୍ସଳ ସ୍ଥୂଳ ମନୋଭାବ ଆଦି ସମ୍ପର୍କରେ ସ୍ମୃତି ସାଉଁଟିଥିଲେ। ୩୧ ବର୍ଷର ପୁରୁଣା ସ୍ମୃତିକୁ ମନେପକାଇ ଦିନ ତମାମ କଟାଇଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ପୁରାତନ ଛାତ୍ରଛାତ୍ରୀ ସପରିବାରର ଯୋଗ ଦେଇଥିଲେ। ସେହିପରି ପ୍ରାକ୍ତନ ଶିକ୍ଷକ ମଧ୍ଯ ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖ୍ ଆନନ୍ଦିତ ହୋଇଥିଲେ I ଏହି ଅବସରରେ ଭୋଜିଭାତ ସହ ଯାଇଥିଲା | ପ୍ରଥମଥର ପାଇଁ ଏପରି ବନ୍ଧୁମିଳନ ଆୟୋଜିତ ହୋଇଥିବା ଚାରାରୋପଣ କରାଯାଇଥିବାବେଳେ ଏଣିକି ପ୍ରତିବର୍ଷ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ହେବ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ