ନାଉଗାଁ ବ୍ଳକ ଗଳଦାରୀ ପଂଚାୟତରେ ବିଜେପିର ମିଶ୍ରଣ ପର୍ବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଂଚାୟତରେ ନଗେନ ମଲିକ,ପ୍ରସାଦ ନାୟକ ଓ ଅଙ୍ଗଦ ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବୁଧବାରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାନ ସଭାର ବିଜେପି ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା କର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ନଗେନ୍ଦ୍ର ମଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅମରେନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମୀର ରଂଜନ ରାଉତ, ପ୍ରେମାନନ୍ଦ ନାୟକ, ପ୍ରେମାନନ୍ଦ ରାଉତ, ମିହିର କୁାମର ବଡୁ, ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ ମଲିକ, ବିଦୁର ନାୟକ, ଯୁଧିଷ୍ଠିର ସ୍ୱାଇଁ, ବିଜୟ ବାରିକ ଆଦି ଯୋଗ ଦେଇଥିଲେ । ଏହି ଅବସରରେ ଅମରେନ୍ଦ୍ରଙ୍କ ସମର୍ଥକ ମାନେ ଏକ ବାଇକ ଶୋଭାଯାତ୍ରାରେ ବଢେଇସାହି ଠାରୁ ଦାସଙ୍କୁ ସଭାସ୍ଥଳକୁ ନେଇଥିଲେ । ମୋଦୀଙ୍କ ଜନହିତକର କାର୍ଯ୍ୟ, ସ୍ୱଚ୍ଛ ଶାସନ ଓ ଅମରେନ୍ଦ୍ର ଓ ଜିଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ବ୍ୟକ୍ତିତ୍ୱ ଉପରେ ଆସ୍ଥା ପ୍ରକଟ କରି କର୍ମୀମାନେ ଅନ୍ୟ ଦଳ ଛାଡି ଏହି ଦଳରେ ସାମିଲ ହୋଇଥିବା ମତବ୍ୟକ୍ତ କରିଛନ୍ତି । ଏରେଡାର ନିମାଇଁ ବିଶ୍ୱାଳ, ମୁନା ବିଶ୍ୱାଳ,ଦୀପକ ସ୍ୱାଇଁ, ଲିଙ୍କନ ବେହେରା, ମଙ୍ଗୁ ସ୍ୱାଇଁ, ନିହାର ନାୟକ, ସମୀର ରଂଜନ ରାଉତ, ନବଘନ ଭୋଳ, ଗଣେଶ କାଠୁଆ ଆଦି ଶତାଧିକ କର୍ମୀଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଅମରେନ୍ଦ୍ର ପାଛୋଟି ନେଇଥିଲେ । ସେହିପରି ଗୁରୁବାର ଡାବର ପଂଚାୟତରେ ଶତାଧିକ ପରିବାର ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ପଂଚାୟତର ସୁଶାନ୍ତ ଜେନା, ବସନ୍ତ କାଣ୍ଡି, ମାନସ ଦାସ, କୈଳାସ ସାହାଣୀ,ନବକିଶୋର ନାୟକ, ଶିଶିର ମହାନ୍ତି, ଅଭୟ ସ୍ୱାଇଁ ଆଦି ଦଳରେ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସମ୍ମାନୀତ ଅତିଥି ଭାବେ ପ୍ରଶାନ୍ତ କୁମାର ପରିଡା, ପଂଚାୟତ ସଭାପତି ପ୍ରତାପ ସ୍ୱାଇଁ, ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲିକ, ରବିନ୍ଦ୍ର କୁାମର ଲେଙ୍କା ଆଦି ଯୋଗ ଦେଇଥିଲେ ।


