ଯାତ୍ରୀ ବିଶ୍ରାମାଗାର ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକର ରମ୍ପା ପଞ୍ଚାୟତ ଅନ୍ତର୍ଗତ ବଡହଂସା ଠାରୁ ଲିଙ୍ଗିପୁର ଗ୍ରାମ ଛକ ପର୍ଯ୍ୟନ୍ତ ଥୂବା ବିଭିନ୍ନ ଯାତ୍ରୀ ବିଶ୍ରାମାଗାର ଗତ କିଛି ମାସ ହେଲା ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହେଉଛି | ପୋଲିସ ପାଟ୍ରୋଲିଂ କରୁ ନ ଥିବାରୁ ମଦୁଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି | ମଦୁଆମାନେ ମଦ୍ୟପାନ କରିବା ପରେ ମହତ୍ବ ଉଦ୍ଦେଶ୍ୟରେ ରଖାଯାଇଥିବା ପାନୀୟ ଜଳ ମାଠିଆ ହାଣ୍ଡି ନିକଟରେ ମଦ ବୋତଲ ସଜାଇ ରଖୁଥବା ଦେଖିବାକୁ ମିଳିଛି. ସେହିପରି ଖାଲି ମଦବୋତଲ ଗୁଡ଼ିକୁ ଯାତ୍ରୀ ବିଶ୍ରାମାଗାର ଆଖପାଖ ଅଞ୍ଚଳରେ ଫିଙ୍ଗିଦେଇ ଚାଲିଯାଉଛନ୍ତି। ଯାତ୍ରୀ ବିଶ୍ରୀମାଗାରରେ ଗୁଡ଼ିକରେ ମଦୁଆଙ୍କ ଆସର ଜମୁଥିବାରୁ ଯାତ୍ରୀ ବିଶ୍ରାମାଗାରକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଦୁଆଙ୍କ ଉତ୍ପାତ ଯୋଗୁଁ ବିଶେଷ କରି ମହିଳା ଯାତ୍ରୀ ଖରା, ବର୍ଷା, ଶୀତ ଶୀତ କାକରରେ ରାସ୍ତା କଡ଼ରେ ଯାତ୍ରୀବାହୀ ଗାଡ଼ିକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ଵେ ଯାତ୍ରୀ ବିଶ୍ରାମାଗାରର ଏପରି ଅବସ୍ଥା ନେଇ ପୋଲିସ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ