୮ ନଂ ୱାର୍ଡରେ ବିଜେଡିର ଜୋରଦାର ପ୍ରଚାର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ୮ ନଂ ୱାର୍ଡରେ ବିଜେଡିର ଜୋରଦାର ପ୍ରଚାର କାଉନସିଲର କେ. ରମେଶ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି l ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଙ୍କ ମନ୍ଦିର ନିକଟରୁ ବହୁ ମହିଳା, ୱାର୍ଡ ବାସିନ୍ଦା, ଦଳର ଛାମୁଆ ନେତା ଓ କର୍ମୀ ମାନେ ପୂର୍ଜାଅର୍ଚନା କରି ୱାର୍ଡ ର ଘରକୁ ଘର ବୁଲି ବିଜେଡି ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି l ରାଜ୍ୟ ସରକାରଙ୍କ ଜନ ମଙ୍ଗଳ କାର୍ଯ୍ୟ ତଥା ବିଏସ କେ ୱାଇ କାର୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ସମସ୍ତ ବର୍ଗର ଲୋକଙ୍କ ପାଇଁ କରିଛନ୍ତି l ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିବା ପାଇଁ ସେମାନେ ଲୋକଙ୍କୁ ନିବେଦନ କରିଛନ୍ତି l ଏହି ପ୍ରଚାରରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, କାଉନସିଲର ଦେବାଶିଷ ମିଶ୍ର, ସନ୍ତୋଷୀ ସେଠି. ପ୍ରୀତି ଛନ୍ଦା ସାମଲ, ବି. ନିଶ୍ଚଳା ସ୍ୱାମୀ, ମମତା ପାତ୍ର ଓ ଡି ଇନ୍ଦୁ,ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କେ. କ୍ରାନ୍ତି, କବିରାଜ, ଛତ୍ରପୁର ବିଜୁ ଆଇନ ସାମୁଖ୍ୟ ର ସଭାପତି ସୁରେଶ ପଣ୍ଡା,ସମ୍ପାଦକ ଏଲ. ଗୋପାଳ ରାଓ,ସିମାଞ୍ଚଳ ମହାପାତ୍ର, ଭୈରବୀ ପଟ୍ଟନାୟକ, କାଳୀ ଚରଣ ଦାଶଙ୍କ ସମେତ ବହୁ ମହିଳା ଓ ପୁରୁଷ ମାନେ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ