ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ସଦର ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ବର ଜିଲ୍ଲା ବିଜେଡିର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି, ଏହି ଅବସରରେ ଆଜି ଭେନ୍ୟା ପାରାଡାଇସରେ ନବ ନିଯୁକ୍ତ ଜିଲ୍ଲା ବିଜେଡି ସଭାପତିଙ୍କୁ ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ କୁରୁଡା ଛକରୁ ନବ ନିଯୁକ୍ତ ଜିଲ୍ଲା ସଭାପତି ସଭା ସ୍ଥଳକୁ ଆଣିବା ପରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସାଧାରଣ ସମ୍ପାଦକ ରଂଜନ ବାଗଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବ୍ରହ୍ମପୁର ବିଧାୟକ ତଥା ପ୍ରଯ୍ୟବେକ୍ଷକ ବିକ୍ରମ ପଣ୍ଡା,ସଦର ବିଧାୟକ ସ୍ବରୂପ ଦାସ,ଜିଲ୍ଲା ପରଷଦ ସଭାପତି ନାରାୟଣ ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ସବିତା ସାହୁ,ରେମୁଣା ଏନ.ଏସ.ସି ଅଧ୍ୟକ୍ଷା ତନୁଜା ଗିରି,ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ,ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବାଲେଶ୍ବର ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ଜୟଯୁକ୍ତ ହେବା ସହ ବିଜେଡି ସଂଗଠନ ଅଧିକରୁ ଅଧିକ ସଂଗଠିତ ହେବ।ଶେଷରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଉମିଲତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆପଣଙ୍କ ଉପସ୍ଥିତି ସହ ସହଯୋଗ କାମନା କରୁଛୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ