ସରକାର ବଦଳିଲେ ଗଜପତିରେ ଲକ୍ଷ୍ମୀ ବସରୁ ଲୋଗୋ ହଟିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାରେ ନବୀନ ସରକାର ବଦଳିଲେ. ନୂତନ ଭାବେ ରାଜ୍ୟରେ ବିଜେପି ସରକାର ଗଠନ ହେବାକୁ ଯାଉଛି. ହେଲେ ନୂତନ ସରକାର ଶପଥ ଗ୍ରହଣ ହେବା ପୂର୍ବରୁ ଗତ ନବୀନ ସରକାରଙ୍କ ଗଜପତି ଜିଲ୍ଲାରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସରୁ ଲୋଗୋ ଓ ଯୋଡି ଶଙ୍ଖ ହଟିଥିବା ଦେଖାଦେଇଛି. ଏଠାରେ ସୂଚନାଯୋଗ୍ୟଯେ, ଗ୍ରାମାଞ୍ଚଳରୁ ସହରକୁ ପରିବହନ ସୁବିଧା ଦେବା ନିମନ୍ତେ ନବୀନ ସରକାର କମ ମୂଲ୍ୟରେ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ କରିଥିଲେ । ବସ୍ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥିବା ବେଳେ ବସର ଦୁଇ ପାଖରେ ଲକ୍ଷ୍ମୀ ବସ ଲେଖା ଏବଂ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଷ୍ଟିକର ଲାଗିଥିଲା. ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧୂ ଲାଗୁ ହେବା ପରେ ଶଙ୍ଖ ଷ୍ଟିକର ଉପରେ ମାଟିଆ ରଙ୍ଗର ସେଲୋ ଟେପ ଲଗାଯାଇଥିଲା. ହେଲେ ଗତକାଲି ଠାରୁ ହଠାତ ଲକ୍ଷ୍ମୀ ବସ ଲେଖା ଯାଇଥିବା ଷ୍ଟିକର ସହ ଶଙ୍ଖ ଆଉ ଦେଖାଯାଉନାହିଁ. ସମ୍ପୂର୍ଣ ଧଳା ରହିଛି। ଷ୍ଟିକର କିଏ କାଢ଼ିଲା ଏବଂ କାହା ନିର୍ଦ୍ଦେଶରେ କଢ଼ାଗଲା ସେ ନେଇ କୌଣସି ସୂଚନା ମିଳିନାହିଁ. ବସ କର୍ମଚାରୀ କିଛି ଜାଣି ନାହାନ୍ତି । ବୋଲି କହିଛନ୍ତି. କାରଣ ବସ ନିଜ ରୁଟ ସାରି ଫେରି ସ୍ଥାନୀୟ ଆରଏମସି କାଯ୍ୟଳୟ ପରିସରରେ ବସକୁ ରଖି ନିଜ ନିଜ ଘରକୁ ଯାଇଥାନ୍ତି. ଆଗକୁ ବିଜେପି ସରକାର ଶପଥ ନେବା ପରେ ଏହି ବସ୍ ଚଳାଚଳରେ ଆଉ କଣ ପରିବର୍ତ୍ତନ ହେବ ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି.


