ସାରେକୁଳରେ ବ୍ଳକସ୍ତରୀୟ ରଜ ମହୋତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମା’ଶ୍ୟାମାକାଳି ପୂଜା କମିଟି ଆନୁକୂଲ୍ୟରେ ଶନିବାର ସାରେଇକୂଳସ୍ଥିତ ମା’କାଳିମନ୍ଦିର ନିକଟରେ ବ୍ଳକସ୍ତରୀୟ ରଜ ମହୋତ୍ସବ ପାଳନ କରାଯାଇଛି । ଏହି ମହୋତ୍ସବର ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇଥିଲେ । ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିୟର ଓ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ନେଇ ସିନିୟର ଗ୍ରୁପ କରାଯାଇଥିଲା । ପିଲାମାନଙ୍କୁ ନେଇ ନାଚ ଗୀତ, ପୁଚି, ଝୋଟି, ନଡିଆ କୋରା ଆଦି ପାରମ୍ପରିକ କଳାକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରାଯାଇଥିଲା । ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଆୟୋଜକମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଗାଁଗହଳିରେ ଆଧୁନିକତାର ସ୍ପର୍ଶରେ ପର୍ବପର୍ବାଣୀ ଲୁଚି ଯାଉଥିବା ବେଳେ ଏହାକୁ ଉଦଜିବିତ କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଆୟୋଜକ ମଣ୍ଡଳୀର ସଦସ୍ୟ ପ୍ରସନ୍ନ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭିକାରୀ ସ୍ୱାଇଁ,ପ୍ରସନ୍ନ ସ୍ୱାଇଁ, ହିମାଂଶୁ ମହାନ୍ତି, ସୁକାନ୍ତ କୁମାର ଲେଙ୍କା, ତ୍ରିଲୋଚନ ପାଢୀ, ଅନସ୍ମିତା ବେହୁରାଙ୍କ ସମେତ ଗ୍ରାମବାସୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ